ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଆଉ ୧୫ ଦିନ ବାକି ରହିଛି । ଏହା ପୂର୍ବରୁ ବିସିସିଆଇର ଟିମ୍ ଇଣ୍ଡିଆର ପ୍ରାୟୋଜକ ଡ୍ରିମ ଇଲେଭେନ ସହ ଚୁକ୍ତିନାମା ସମାପ୍ତ ହୋଇଛି । ଅନଲାଇନ ଗେମିଂ ବିଲ୍ ୨୦୨୫ ଲାଗୁ ହେବା ପରେ ବୋର୍ଡ ଏହି ପଦକ୍ଷେପ ନେଇଛି । ବିସିସିଆଇ ସଂପାଦକ ଦେବଜିତ ସୈକିୟା ଏହି ସୂଚନା ଦେଇଛନ୍ତି ।
ବିସିିସିଆଇ ସଚିବ ଦେବଜିତ ସୈକିୟା କହିଛନ୍ତି, ଅନଲାଇନ ଗେମିଂ ପ୍ରମୋଶନ ଓ ରେଗୁଲେଶନ ବିଲ୍, ୨୦୨୫ ଲାଗୁ ହେବା ପରେ ବିସିସିଆଇ ଓ ଡ୍ରିମ ଇଲେଭେନ ନିଜର କଣ୍ଟ୍ରାକ୍ଟ ସମାପ୍ତ କରିଛନ୍ତି । ବିସିିସିଆଇ ଏହା ସୁନିଶ୍ଚିତ କରିବ ଯେ, ଭବିଷ୍ୟତରେ ସେ ଏମିତି କୌଣସି ସଂଗଠନ ସହ କୌଣସି ସମ୍ବନ୍ଧ ରଖିବ ନାହିଁ ।
୨୦୨୩ରେ ହୋଇଥିଲା ବିସିସିଆଇ ଓ ଡ୍ରିମ ଇଲେଭେନ ସହ ଚୁକ୍ତିନାମା
୨୦୨୩ରେ ଡ୍ରିମ ଇଲେଭେନ ଓ ବିସିସିଆଇ ମଧ୍ୟରେ ୩ ବର୍ଷର ଚୁକ୍ତିନାମା ୩୫୮ କୋଟି ଟଙ୍କାରେ ହୋଇଥିଲା । ଏହା ପରେ ଭାରତୀୟ ପୁରୁଷ, ମହିଳା ଏବଂ ଓ ୧୯ ବର୍ଷରୁ କମ ଭାରତୀୟ ଦଳର ଜର୍ସିରେ କମ୍ପାନିର ବ୍ରାଣ୍ଡିଂ ଦେଖିବାକୁ ମିଳୁଥିଲା । ଚୁକ୍ତିନାମାର ଅବଧି ୨୦୨୬ ପର୍ଯ୍ୟନ୍ତ ଥିଲା । ମାତ୍ର ନୂଆ ଆଇନ ପ୍ରଣୟନ ହେବା ପୂର୍ବରୁ ବିସିିସିଆଇ ଚୁକ୍ତିନାମା ସମାପ୍ତ କରିଛି ।
କଣ ବିନା ପ୍ରାୟୋଜକରେ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ ?
ଏବେ ସବୁଠୁ ବଡ ପ୍ରଶ୍ନ କଣ ଭାରତୀୟ ଦଳ ଏସିଆ କପ ବିନା ପ୍ରାୟୋଜକରେ ଖେଳିବ ନା ବିସିସିଆଇ କୌଣସି ସର୍ଟ ଟର୍ମରେ ପ୍ରାୟୋଜକ ଯୋଗାଡ କରିବ । କାରଣ ବିସିସିଆଇ ଏବେ ତରବରିଅ।। ଭାବେ ଲମ୍ବା ଅବଧି ପାଇଁ ଚୁକ୍ତିନାମା କରିବାକୁ ଚାହିଁବ ନାହିଁ । ଏସିଆ କପ୍ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଛି । ଭାରତର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷରେ ରହିଛି । ଏହା ପରେ ସେପ୍ଟେମ୍ବର ୧୪ରେ ଦଳ ପାକିସ୍ତାନ ବିପକ୍ଷରେ ବହୁ ପ୍ରତୀକ୍ଷିତ ମୟାଚ୍ ଖେଳିବ । ଗ୍ରୁପ ପର୍ଯ୍ୟାୟରେ ଭାରତ ନିଜର ଶେଷ ମ୍ୟାଚ୍ ସେପ୍ଟେମ୍ବର ୧୯ରେ ଓମାନ ବିପକ୍ଷରେ ଖେଳିବ ।
Also read- ଏସିଆ କପ୍ ପର୍ବରୁ ଶତକ ହାସଲ କଲେ ସଂଜୁ ସାମସନ୍: ମାରିଲେ ୭ଟି ଛକା, ୧୪ଟି ଚୌକା