ନୂଆଦିଲ୍ଲୀ: ଧର୍ମସ୍ଥଳ ମନ୍ଦିର ମାମଲାକୁ ନେଇ କର୍ଣ୍ଣାଟକରେ ରାଜନୀତି ତୀବ୍ର ହୋଇଛି। ବିଜେପି ରାଜ୍ୟର କଂଗ୍ରେସ ସରକାରଠାରୁ ଦାବି କରିଛି ଯେ ମେଙ୍ଗାଲୁରୁ ଜିଲ୍ଲାରେ ଅବସ୍ଥିତ ଧର୍ମସ୍ଥଳ ମନ୍ଦିର ସହ ଜଡିତ ବିବାଦର ତଦନ୍ତ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ)କୁ ହସ୍ତାନ୍ତର କରାଯାଉ ଯାହା ଦ୍ୱାରା ଏହି ସମ୍ପୂର୍ଣ୍ଣ ବିବାଦ ପଛରେ ଥିବା ଷଡ଼ଯନ୍ତ୍ରକାରୀ ଏବଂ ବିଦେଶୀ ଶକ୍ତିଙ୍କୁ ପର୍ଦ୍ଦାଫାସ କରାଯାଇପାରିବ।
ମନ୍ଦିର ବିରୋଧରେ ପ୍ରଚାରକୁ ନିନ୍ଦା କରି ରାଜ୍ୟ ବିଜେପି ସେପ୍ଟେମ୍ବର ୧ ରେ 'ଧର୍ମସ୍ଥଳ ଚାଲ' ଅଭିଯାନରେ ସାମିଲ ହେବାକୁ ହିନ୍ଦୁ ସମ୍ପ୍ରଦାୟକୁ ଆହ୍ୱାନ କରିଛି। ଅନ୍ୟପକ୍ଷରେ, ଶାସକ କଂଗ୍ରେସ ବିରୋଧୀ ବିଜେପିର ଦାବିକୁ ପ୍ରତ୍ୟାଖ୍ୟାନ କରି ମାମଲାକୁ ରାଜନୀତିକରଣ ନକରିବାକୁ ଅନୁରୋଧ କରିଛି।
ଗୃହମନ୍ତ୍ରୀ ପରମେଶ୍ୱର କହିଛନ୍ତି ଯେ ଏସ୍ଆଇଟି ମାମଲାର ତଦନ୍ତ କରିବାକୁ ସକ୍ଷମ ହୋଇଥିବାରୁ ଏନ୍ଆଇଏ ତଦନ୍ତର କୌଣସି ଆବଶ୍ୟକତା ନାହିଁ। ବେଙ୍ଗାଲୁରୁର ରାଜ୍ୟ ବିଜେପି କାର୍ଯ୍ୟାଳୟ ଜଗନ୍ନାଥ ଭବନରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି, ରାଜ୍ୟ ବିଜେପି ସଭାପତି ଏବଂ ବିଧାୟକ ବିୱାଇ ବିଜୟେନ୍ଦ୍ର ସରକାରଙ୍କ ଠାରୁ ଏହାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି।
ଦଳ ଅଭିଯୋଗ କରିଛି ଯେ ଏହା କେବଳ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ନୁହେଁ, ବରଂ ଧାର୍ମିକ ସ୍ଥଳ, ମନ୍ଦିର ଏବଂ ହିନ୍ଦୁ ଭାବନାକୁ ଟାର୍ଗେଟ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର। ସେ କହିଛନ୍ତି, ମୁଁ ସମସ୍ତ ହିନ୍ଦୁ ଏବଂ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ, ମହିଳା ଏବଂ ଯୁବକମାନଙ୍କୁ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି। ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ଏବଂ ଧାର୍ମିକ ସ୍ଥଳର ସମ୍ମାନ ଏବଂ ପବିତ୍ରତା ଫେରାଇ ଆଣିବା ପାଇଁ କରାଯାଉଛି।
ଅଧିକ ପଢ଼ନ୍ତୁ: ନୌସେନାରେ ସାମିଲ ହେବେ 'ଉଦୟଗିରି-ହିମଗିରି'