୫୦ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତୀୟ କ୍ରିକେଟ ଜଗତର କୋହିନୁର ସଚିନ ତେନ୍ଦୁଲକର
Khabar Odisha:today-is-birthday-of-sachin-tendulkar
ଖବର ଓଡିଶା : 24/04/2023:

୫୦ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତୀୟ କ୍ରିକେଟ ଜଗତର କୋହିନୁର ସଚିନ ତେନ୍ଦୁଲକର । ୧୯୭୩ ମସିହା ଆଜିର ଦିନରେ ସଚିନ ଜନ୍ମ ଗ୍ରହଣ କରିଥିଲେ ।ସମଗ୍ର ବିଶ୍ୱରୁ ସଚିନଙ୍କୁ ମିଳିଛି ଜନ୍ମଦିନର ଶୁଭେଚ୍ଛା  | ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ମୈଦାନ କୁ ପଦାର୍ପଣ କରିଥିବା ସଚିନ ହେଉଛନ୍ତି ଦୁନିଆର ଅନ୍ୟତମ ସର୍ବଶ୍ରେଷ୍ଠ ବ୍ୟାଟର । ଯାହାଙ୍କ ନାଁରେ ରହିଛି କ୍ରିକେଟର ପ୍ରାୟ ସବୁ ରେକର୍ଡ । ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍ ଓ ଶତକର ରେକର୍ଡ ମାଷ୍ଟର ସଚିନଙ୍କ ନାଁରେ ରହିଛି । ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୩୪ହଜାରରୁ ଅଧିକ ରହିଛନ୍ତି । ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିବାରେ ସେ ଦୁନିଆର ପ୍ରଥମ କ୍ରିକେଟର ଭାବେ ଆଖ୍ୟା ଅର୍ଜନ କରିଛନ୍ତି । ଏଥି ମଧ୍ୟରୁ ଏକ ଦିବସୀୟରେ ୪୯ ଟି ଶତକ ରହିଥିବା ବେଳେ ଟେଷ୍ଟରେ ରହିଛି ୫୧ ଟି ଶତକ | ଖେଳରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୪  ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୧୯୯୭ ରେ ରାଜୀବ ଗାନ୍ଧୀ ଖେଳ ରତ୍ନ । ୧୯୯୯ ରେ ପଦ୍ମଶ୍ରୀ, ୨୦୦୮ ରେ ପଦ୍ମ ବିଭୁଷଣ ଏବଂ ୨୦୧୪ ରେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା । 

ସଚିନଙ୍କ ୫୦ତମ ଜନ୍ମଦିନ ପାଇଁ ତାଙ୍କୁ ନିଆରା ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ  ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ବାଲୁକା କଳାରେ ଜନ୍ମଦିନର ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କ୍ରିକେଟ ର ଏହି ମହନାୟକଙ୍କ ଅବିକଳ ପ୍ରତିମୂର୍ତ୍ତି ସହ ଏକ ଲମ୍ବା କ୍ରିକେଟ ବ୍ୟାଟ ଇଂଷ୍ଟଲ କରି ହାପି ବାର୍ଥ ଡେ ସଚିନ ଜି ବୋଲି ସମ୍ବୋଧନ କରିଛନ୍ତି ସୁଦର୍ଶନ । ପ୍ରାୟ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବାଲୁକା କଳାର ଲମ୍ବା ପ୍ରାୟ ୧୦ ଫୁଟ ହେବ । ଏଥିସହିତ ଏଥିରେ ପ୍ରାୟ ୧୦ ଟନ ବାଲୁକାର ବ୍ୟବହୃତ ହୋଇଥିବାରୁ ଏହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।  

Subscribe

National International State Sports Entertainment