ଲଦାଖରେ ଆରମ୍ଭ ହେଲାଣି ଶୀତର ଲହରୀ, ଥରିଲେଣି ଚୀନ ସୈନିକ
Khabar Odisha:ladakh-winter-season-chinese-liberation-army-many-soldiers-are-getting-sick-at-this-height
ଲଦାଖ, ଅକ୍ଟୋବର ୨୦ (ଖବର ଓଡ଼ିଶା):

ଲଦାଖରେ ପ୍ରବଳ ଥଣ୍ଡା ଚୀନ୍ ସୈନିକଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଛି । ଚୀନ୍ ସେନାର ଅଧିକାଂଶ ସୈନିକ ପୂର୍ବରୁ କେବେବି ଏଭଳି ଶୀତକୁ ସମ୍ମୁଖୀନ ହୋଇନଥିବାରୁ ବର୍ତ୍ତମାନ ଅଧିକାଂଶ ଚୀନ ଯବାନ ଅସୁସ୍ଥ ହେବାରେ ଲାଗିଲେଣି । ଅକ୍ଟୋବର ଆରମ୍ଭରେ, ଲଦାଖର ଉଚ୍ଚସ୍ଥାନ ମାନଙ୍କରେ ପ୍ରବଳ ଥଣ୍ଡା ଆରମ୍ଭ ହୋଇଯାଇଛି |

ଯଦିଓ ଭାରତୀୟ ସେନା ଏଥିପାଇଁ ପ୍ରସ୍ତୁତ ହୋଇସାରିଛି, ଚୀନ୍ ସେନା ମଧ୍ୟ ଏହାର ସୈନିକମାନଙ୍କୁ ଉଷ୍ମ ବସ୍ତ୍ର ଏବଂ ଆବଶ୍ୟକୀୟ ସାମଗ୍ରୀ ସହିତ ଲଦାଖ ନିକଟରେ ପହଁଞ୍ଚାଉଛି | ହଂକଂର ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ ରବିବାର ଦିନ ପିଏଲ୍ଏ ଏହା ସମ୍ପର୍କିତ ତିବ୍ଦତ ମିଲିଟାରୀ କମାଣ୍ଡର ଅଫିସିଆଲ୍ ୱିଚାଟ୍ ଆକାଉଣ୍ଟରେ ପୋଷ୍ଟ କରିଛି।

ଏହି ପୋଷ୍ଟରେ ଚାଇନାର ସୈନିକମାନେ ଥର୍ମାଲ୍ ଜ୍ୟାକେଟ୍, ଜୋତା ଏବଂ ଓଭରକୋଟ୍ ସହିତ ବାହାରକୁ ବାହାରୁଥିବାର ନଜର ଆସୁଛନ୍ତି । ଏହା ବ୍ୟତୀତ ଚାଇନାର ସୈନିକମାନଙ୍କ ନିକଟରେ ଗୋଟିଏ ଶୋଇବା ଖଟ, ଶୋଇବା ବ୍ୟାଗ ଏବଂ ଶୀତ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ତମ୍ବୁରେ ତିନିଜଣଙ୍କୁ ଦେଖିବାକୁ ମିଳିଥିଲା । ଦାବି ହେଉଛି ଯେ ଚୀନ ସେନା ପକ୍ଷରୁ ବ୍ୟବହାର ହେଉଥିବା ସବୁ ଉପକରଣ ଗୁଡିକ ମାଇନସ୍ 40 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ବ୍ୟବହୃତ ହୁଏ |

ଏହି ଭିଡିଓ ସହିତ ଚୀନ୍ ସେନା ପକ୍ଷରୁ କୁହାଯାଇଛି ଯେ PLA ର ତିବ୍ଦତ ମିଲିଟାରୀ କମାଣ୍ଡ ଏହାର ଶୀତକାଳୀନ ଉପକରଣ ଯାଞ୍ଚ କରିଛି ।

ସୂଚନାଯୋଗ୍ୟ ଯେ, ଚୀନ୍ ବର୍ତ୍ତମାନ ତାର ସେନାକୁ ଲଦାଖରୁ ପ୍ରତ୍ୟାହାର କରିବାକୁ ଇଚ୍ଛା କରୁନାହିଁ, ଯଦିଓ କିଛି ବିଶେଷଜ୍ଞ କହିଛନ୍ତି ଯେ ଯଦି ଚୀନ୍ ସେନା ଯଦି ସୀମାରେ ଶୀତଦିନେ ଭାରତ ବିରୁଦ୍ଧରେ ସୀମାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାବୁଥାନ୍ତି ତେବେ ଏହା ତାଙ୍କ ପାଇଁ ବୁମେଂରା ସାବ୍ୟସ୍ତ ହେବ ।

ଚୀନ୍ ସେନା ଏହା ପୂର୍ବରୁ କେବେବି ଏତେ ଉଚ୍ଚତାରେ କୌଣସି ଯୁଦ୍ଧ ଲଢିନାହିଁ, କିନ୍ତୁ ଭାରତୀୟ ସେନା ନିଜକୁ ଏଭଳି ପରିସ୍ଥିତିରେ ପୂର୍ବରୁ ଅନୁକୂଳ କରିଛି । ପ୍ରବଳ ଶୀତରେ ଲଢିବା ପାଇଁ ଭାରତୀୟ ସେନା ନିକଟରେ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି । ତେବେ ଶୀତ ଦିନରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ନିଜର ସେନାକୁ ଫେଜ୍ ଫେଜ୍ ରେ ପ୍ରତ୍ୟାହାର କରିବା ନେଇ ପୂର୍ବରୁ କହିସାରିଛି ।

  • Tags:

Subscribe

National International State Sports Entertainment