ମୋ ଦେଶରେ ଗୋଟିଏ ବି କରୋନା ରୋଗୀ ନାହାଁନ୍ତି - କିମ ଜଙ୍ଗ ଉନ୍
Khabar Odisha:kim-jong-un-in-military-parade-says-grateful-not-a-single-person-in-north-korea-had-contracted-coronavirus
ପ୍ୟୋଙ୍ଗୟାଙ୍ଗ, ଅକ୍ଟୋବର ୧୧ (ଖବର ଓଡ଼ିଶା):

ସମଗ୍ର ବିଶ୍ୱ ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ ସହ ଲଢେଇ ଜାରି ରଖିଛି | ତେବେ ଏହା ମଧ୍ୟରେ ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ ଜୋଙ୍ଗ ଉନ ଶନିବାର ଦିନ ଏକ ସାମରିକ ପରେଡରେ ଉଦବୋଧନ ଦେବାକୁ ଯାଇ କହିଛନ୍ତି ଯେ ଉତ୍ତର କୋରିଆର କୌଣସି ବ୍ୟକ୍ତିଙ୍କୁ କରୋନା ଜୀବାଣୁ ସଂକ୍ରମିତ ହୋଇ ନ ଥିବାରୁ ସେ ଖୁସି । ତେବେ ସୂଚନାଯୋଗ୍ୟ ଯେ, କୋଭିଡ -19 ର ପ୍ରଥମ ମାମଲା ଉତ୍ତର କୋରିଆର ପଡୋଶୀ ଦେଶ ଚାଇନାରେ ହିଁ ପ୍ରଥମ ଦେଖାଦେଇଥିଲା ।

ଏହି ରୋଗରୁ ନିଜ ଦେଶକୁ ରକ୍ଷା କରିବା ପାଇଁ ପ୍ୟୋଙ୍ଗୟାଙ୍ଗ(ଉତ୍ତରକୋରିଆ ରାଜଧାନୀ) ଜାନୁଆରୀରେ ଏହାର ସମସ୍ତ ସୀମାକୁ ବନ୍ଦ କରି ଦେଇଥିଲା ଏବଂ ଏଠାରେ ନିୟମିତ ଭାବେ କୁହାଯାଉଥିଲା ଯେ ଏଠାରେ ମହାମାରୀର କୌଣସି ମାମଲା ନାହିଁ । ତେବେ ଗତ କିଛି ମାସ ହେବ ଉତ୍ତରକୋରିଆର ସ୍ଥାନୀୟ ଗଣମାଧ୍ୟମ ଏଭଳି ବିବୃତ୍ତିରୁ ଦୂରେଇ ଯାଇଥିଲା । ପ୍ରତିଷେଧକ ପ୍ରୟାସର ଗୁରୁତ୍ୱ ଉପରେ ଗଣମାଧ୍ୟମ ଗୁରୁତ୍ୱାରୋପ କରିଥିଲା ।

  • Tags:

Subscribe

National International State Sports Entertainment