ଆମେରିକା ଓ ଚୀନ୍ ମଧ୍ୟରେ ବଢୁଛି ତିକ୍ତତା , ରପ୍ତାନୀ ଉପରେ ରୋକ୍ ଲଗାଇବା ପାଇଁ ଡ଼୍ରାଗନ୍ ର ନୂଆ ଆଇନ୍
Khabar Odisha:china-has-passes-new-law-beijing-can-take-action-against-america
ବେଜିଂ, ଅକ୍ଟୋବର ୧୯ (ଖବର ଓଡ଼ିଶା)

ଜାତୀୟ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ରପ୍ତାନିକୁ ସୀମିତ ରଖିବା ପାଇଁ ଚୀନ୍ ଏକ ନୂତନ ଆଇନ୍ ପ୍ରଣୟନ କରିଛି, ଯାହା ବେଜିଂକୁ ଆମେରିକାଠାରୁ ପ୍ରତିଶୋଧ ନେବାକୁ ଅନୁମତି ଦେଇଛି। ତେବେ ସୁଚନା ଅନୁସାରେ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି। ନିକଟରେ ଜାତୀୟ ଜନତା କଂଗ୍ରେସର ଷ୍ଟାଣ୍ଡିଂ କମିଟି ଦ୍ୱାରା ପାରିତ ହୋଇଥିବା ଆଇନ ଦ୍ୱାରା ଚୀନ୍ ଅନ୍ୟ ଦେଶ କିମ୍ବା ଅଞ୍ଚଳରୁ ପ୍ରତିଶୋଧ ନେଇପାରେ ଯାହା ରପ୍ତାନି ନିୟନ୍ତ୍ରଣର ଅପବ୍ୟବହାର କରିଥାଏ ଏବଂ ଏହାର (ଚୀନ୍) ଜାତୀୟ ସୁରକ୍ଷା ତଥା ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରିଥାଏ। 

ଆଇନ ଅନୁଯାୟୀ ରପ୍ତାନି ନିୟନ୍ତ୍ରଣ ନାଗରିକ, ସାମରିକ ଏବଂ ଆଣବିକ ଉତ୍ପାଦ ତଥା ଜାତୀୟ ସୁରକ୍ଷା ସହ ଜଡିତ ସାମଗ୍ରୀ, ପ୍ରଯୁକ୍ତିବିଦ୍ୟା ଏବଂ ସେବା ଉପରେ ଡିସେମ୍ବର ୧ ରୁ ଚାଇନାର ସମସ୍ତ କମ୍ପାନୀ ପାଇଁ ପ୍ରଯୁଜ୍ୟ ହେବ। । ଯେଉଁ ମାନେ ଏହି ନିୟମ ଭାଙ୍ଗିବେ ତାଙ୍କ ଉପରେ କଠୋର କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଆଇନ ଅନୁଯାୟୀ, ନିୟନ୍ତ୍ରିତ ବିଭାଗଗୁଡ଼ିକର ତାଲିକା ଖୁବ୍ ଶୀଘ୍ର ସମ୍ପୃକ୍ତ ବିଭାଗ ସହିତ ପ୍ରକାଶ ପାଇବ। ଏହା ମାଧ୍ୟମରେ ଚୀନ୍ ଆମେରିକା ବିରୋଧରେ ବ୍ୟବସାୟିକ କାର‌୍ୟ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ, ଯାହା ଚୀନ୍‌ର ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ନିକଟରେ ନିଷିଦ୍ଧ କରିଛି। ତେବେ ଯେଉଁମାନେ ନୂତନ ରପ୍ତାନି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୫୦ ମିଲିୟନ୍ ୟୁଆନ୍ କିମ୍ବା ଦ୍ରବ୍ୟର କୋଡ଼ିଏ ଗୁଣ ପର‌୍ୟ୍ୟନ୍ତ ଜୋରିମାନା କରାଯାଇପାରେ।

  • Tags:

Subscribe

National International State Sports Entertainment