ସାରା ଓଡିଶାରେ ଅନେକ ଦେବାଦେବୀଙ୍କର ମନ୍ଦିର ରହିଛି । ସେଥିମଧ୍ୟରୁ ଦେବଦେବ ମହାଦେବଙ୍କ ଅନ୍ୟତମ ପ୍ରସିଦ୍ଧ ପିଠସ୍ଥଳୀ ହେଉଛି ବାବା ଚମ୍ପାନାଥଙ୍କ ପୀଠ । ଯାହା କଟକ ଜିଲ୍ଲା ସ୍ଥିତ ଚମ୍ପେଶ୍ୱରରେ ଅବସ୍ଥିତ ।
ବାବାଙ୍କୁ ନେଇ ଅନେକ ଲୋକଙ୍କର ଅନେକ ବିଶ୍ୱାସ ରହିଛି । କୁହାଯାଏ ସୂର୍ଯ୍ୟଙ୍କ ଗତି ଅନୁସାରେ ଲିଙ୍ଗଟି ଆପେ ଆପେ ଢଳି ନିଜର ଅବସ୍ଥାନ ପରିବର୍ତ୍ତନ କରିଥାନ୍ତି । ଏହାସହ ଏହି ମନ୍ଦୀର ରୁ ବାଣେଶ୍ୱର୍ ପର୍ୟ୍ୟନ୍ତ ଏକ ଲୁକାଇତ ସୁଡ଼ଙ୍ଗ ରହିଛି ଯେଉଁ ଥୀରେ କାହିଁ କେଉଁ ଅନାଦି କାଳ ରୁ ପ୍ରତ୍ୟେକ ଦିନ ବାଣେଶ୍ୱର୍ ରାଜା ପ୍ରତ୍ୟେକ ଦିନ ଲୁକାଇତ ଭାବେ ଆସି ପ୍ରଭୁ ଙ୍କ ପୂଜା କରି ଯାଆନ୍ତି ବୋଲି ବିଶ୍ୱାସ ରହିଛି।
ଖାଲି ସେତିକି ନୁହେଁ ବାବାଙ୍କ ପୀଠରେ ଏକ ପୋଖରୀ ରହିଛି । ଯେଉଁଥିରେ ଏକ ସ୍ୱତନ୍ତ୍ର ପ୍ରଜାତିର କଇଁଛ ରହିଛନ୍ତି । ଯାହାକୁ ଏଠାକାର ଲୋକମାନେ କୁରୁମ ବୋଲି କହିଥାନ୍ତି । ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କୁରୁମ ଗୁଡିକ କେବଳଏହିଠାରେ ହିଁ ଦେଖାଯାନ୍ତି । ଆଉ ଯଦି ଏହି ପୋଖରୀ ଛଡା ତାଙ୍କୁ ଅନ୍ୟ କୈାଣସି ବି ସ୍ଥାନକୁ ନିଆଯାଏ ତେବେ ସେମାନେ ମୃତ୍ୟୁବରଣ କରିଥାନ୍ତି ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି । ଏବଂ ମନ୍ଦିରର ଭାଗ ପାଇଁ ଘଣ୍ଟ ବାଜିବା କ୍ଷଣି ହିଁ କୁରୁମ ଗୁଡିକ ପୋଖରୀ କୂଳକୁ ଭୋଗ ଖାଇବା ପାଇଁ ଚାଲିଆସନ୍ତି ଏହାସହ ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଦେଉଥିବା ଖାଦ୍ୟ ଜିନିଷକୁ ମଧ୍ୟ ଏମାନେ ଖାଇଥାନ୍ତି ।
ତେବେ କାହିଁ କେଉଁ କାଳରୁ ବାବାଙ୍କୁ ନେଇ ଅନେକ ଲୋକକଥା ରହିଥିବା ବେଳେ ବାବା ଚମ୍ପାନାଥଙ୍କ ପାଖରେ ଯିଏ ଯାହା ମାନସିକ ପରେ ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ଅଗାଢ ବିଶ୍ୱାସ ରହିଛି ।
ବାବା ଚମ୍ପାନାଥ ଙ୍କ ମହିମା ଅନେକ ରହିଥିବା ବେଳେ ଏହାର ବିଶେଷତ୍ୱ ଏହାକୁ ଆଜି ଏକ ପର୍ଯ୍ୟଟନ ସ୍ଥଳିର ଆଖ୍ୟା ଦେଇଛି। ସରକାର ଙ୍କ ଦ୍ଵାରା ଏହାର ଉନ୍ନତି କରଣ କଲେ ଅଧିକ ପର୍ଯ୍ୟଟକଙ୍କ ସମାଗମ ବଢିବ ବୋଲି ସ୍ଥାନୀୟ ଲୋକ ଆଶା ରଖିଛନ୍ତି ।
ଅଧିକ ପଢନ୍ତୁ ; ସମ୍ବଲପୁର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି