ଚାଲିଛି ପ୍ରେମ ସପ୍ତାହ । ରୋଜ ଡେ ରୁ ଏହି ସାପ୍ତାହ ଆରମ୍ଭ ହୋଇଛି । ଏହି ଦିନଟିକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରେମୀ ଯୁଗଳ। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ତାରିଖ ଠାରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମ ସପ୍ତାହ। ଆଜି ହେଉଛି ଏହାର ଦ୍ଵିତୀୟ ଦିନ ବା propose ଡେ । ଆଜିର ଦିନରେ ସମସ୍ତ ପ୍ରେମିକ ମାନଙ୍କ ମନରେ କେବଳ ଏହି କଥା ହିଁ ଚାଲିଥିବ ..... ସେ ହେଉଛି ଶାଶ୍ୱତ ଚିରନ୍ତନ କଥା ..ଆଜି ହେଉଛି ପ୍ରେମ ସପ୍ତାହର ଦ୍ଵିତୀୟ ବାର୍ତ୍ତା.... ଗୋଲାପ ଦେଇ ମନ କିଣିବା ପରେ ଆଜି ମନର ମଣିଷକୁ କୁହା ହେବ ମନର କଥା ।
ସ୍ୱପ୍ନର ନାୟକ ନାୟିକାଙ୍କୁ ପାଇବା ସମସ୍ତଙ୍କର ଭାଗ୍ୟରେ ନଥାଏ । ଯଦିଓ କିଛି ଜଣ ପ୍ରେମରେ ଜିତିଯାଆନ୍ତି କିନ୍ତୁ ପ୍ରେମ ଜତେଇବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥାଏ । ପ୍ରେମରେ ପଡ଼ିବା ସହଜ ବୋଲି ହେଲେ ତାକୁ ପାଇବା ବହୁତ କଷ୍ଟ । ହୃଦୟର ପରିଭାଷାକୁ ପ୍ରକାଶ କରିବା ଏତେ ସହଜ ନୁହେଁ । ଏକତରଫା ପ୍ରେମ ହେବା ପରେ ମନ କଥା କହିବାକୁ ଡର ଲାଗିଥାଏ । ହେଲେ ମନରେ ଅନେକ ଡର ଥିଲେ ମଧ୍ୟ ମନରେ ସାହାସ ଭରିଥାଏ ଏହି ପ୍ରପୋଜ ଡେ । ମନର ମଣିଷକୁ ଗୋଲାପ ଦେବାପରେ, ହୃଦୟରେ ଚାପିରଖିଥିବା କଥାକୁ ପରସ୍ପର ଆଗରେ ପ୍ରକାଶ କରିବାକୁ,ଏହା ହେଉଛି ସବୁଠାରୁ ଭଲ ସୁଯୋଗ ।
ହେଲେ କେମିତି ନିଜ ପ୍ରିୟତାମାକୁ କରିବେ ପ୍ରେମ ନିବେଦନ ? ପ୍ରେମୀମାନେ ରାତିସାରା ଏହି ଦ୍ବନ୍ଦରେ ଥିବେ । ଆଜିର ଦିନକୁ ଆହୁରି ସ୍ପେସିଆଲ କରିବା ପାଇଁ ବେଶ ତାମଝାମ କରିଥାନ୍ତି ସମସ୍ତେ । କିପରି ସେ କଣ କହିବେ, କଣ ପିନ୍ଧିବେ, କଣ ଦେବେ , କଣ ସ୍ପେସିଆଲ କରିବେ ସବୁ କାଲି ରାତି ଠାରୁ ହିଁ ଠିକ କରିଥାନ୍ତି । ଆଜିର ଦିନରେ ପ୍ରେମର ଏକ ନୂଆ ନାମକରଣ ହେବ, ସମ୍ପର୍କକୁ ମିଳିବ ନୂଆ ପରିଚୟ । ଯୁଗଳଙ୍କ ମଧ୍ୟରେ ପ୍ରତିବଦ୍ଧତା ଏବଂ ପ୍ରେମର ପ୍ରତୀକ ହେଉଛି ପ୍ରପୋଜ ଡେ । ତେବେ ଚାଲନ୍ତୁ ମନରେ ଦୃଢ ବିଶ୍ୱାସ ରଖି ଅନେକ ଭଲପାଇବାର ସହ ମନର ମଣିଷକୁ କୁହନ୍ତି ‘ଡିୟର, ମୁଁ ତୁମକୁ ଭଲପାଏ’ ।