କେଦାରନାଥ ସମେତ ଚାରିଧାମର କବାଟ ପ୍ରତିବର୍ଷ ଅକ୍ଟୋବର ଏବଂ ନଭେମ୍ବର ମାସରେ ହୋଇଥାଏ । ଏହାସହ ଆସନ୍ତା ବର୍ଷ ଏପ୍ରିଲ ଏବଂ ମେ ମାସରେ ପୁଣିଥରେ ଭକ୍ତଙ୍କ ପାଇଁ ଖୋଲା ଯାଏ । ତେବେ ବିଶ୍ୱର ପ୍ରସିଦ୍ଧ ମନ୍ଦିର କେଦାରନାଥର କବାଟ ଆଜି ୬ମାସ ପାଇଁ ବନ୍ଦ କରାଯାଇଛି । ପ୍ରଭୁ ଶିବଙ୍କ ପାଖରେ ସମାଧି ପୂଜା ପରେ ଗର୍ଭ ଗୃହ ବନ୍ଦ କରାଯାଇଥିଲା । ପ୍ରାୟ 8.30ରେ ମୁଖ୍ୟ ଦ୍ୱାରା ବନ୍ଦ କରାଯାଇଥିଲା । ତେବେ ଏହି ମନ୍ଦିରର ବନ୍ଦ ହେବାର ନିର୍ଣ୍ଣୟ ଜୋତିଶ ଶାସ୍ତ୍ର ଅନୁସାରେ କରାଯାଏ । ଏହାସହ ଏହି ମନ୍ଦିରର କବାଟ ଖୋଲିବାର ନିଷ୍ପତି ଅକ୍ଷୟ ତୃତୀୟା ଭଳି ଶୁଭ ଦିନରେ ନିଆଯାଏ ଏବଂ ପଞ୍ଚାଙ୍ଗର ବିଚାର କରି ପଣ୍ଡିତ ମାନଙ୍କ ଦ୍ୱାରା ତାରିଖ ଏବଂ ସମୟ ନିର୍ଣ୍ଣୟ କରାଯାଏ ।ଯାହାର ଘୋଷଣା ମହାଶିବରାତ୍ରି ଦିନ କରାଯାଏ ।