ଓଡିଶାବାସୀଙ୍କ ପାଇଁ ୧୯୩୬ ମସିହା ଏପ୍ରିଲ୧ ତାରିଖ ଏକ ସ୍ମରଣୀୟ ଦିନ। ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା। ଉତ୍କଳର ବରପୁତ୍ରମାନଙ୍କ ଉଦ୍ୟମରେ ଏହି ଦିନ ଓଡ଼ିଶା ଭାଷାଭିତ୍ତିକ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିଲା। ତେଣୁ ଆଜି ରଙ୍ଗୀନ ଆଲୋକରେ ସୁସଜ୍ଜିତ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟ। 'ଉତ୍କଳ ଦିବସ' ଅବ୍ୟବହିତ ପୂର୍ବରୁ ଝଲସୁଛି ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ବିଭିନ୍ନ ସରକାରୀ ସୌଧ। ଏପରିକି ଲୋକସେବା ଭବନ, କମିଶନରେଟ ପୋଲିସ, ନିର୍ମାଣ ସୌଧ, ଖାରବେଳ ଭବନ, ଜୟଦେବ ଭବନ, ବିଧାନସଭା, ବିଧାନସଭା ରାସ୍ତା, ଓଡିଶା ଖଣି ନିଗମ, ରାଜ୍ୟ ଅତିଥି ଭବନ ଭଳି ପ୍ରମୁଖ ସରକାରୀ ସୌଧଗୁଡ଼ିକ ବେଶ ସୁନ୍ଦର ଭାବେ ସୁସଜ୍ଜିତ ହୋଇଛି।
Read More >