ସମ୍ବଲପୁର: ମହୁ ଚାଷ କରି ସ୍ୱାବଲମ୍ବୀ ହେବେ ମହିଳା । ଏଣିକି ସମ୍ବଲପୁର ଜିଲ୍ଲାର ଚାଷୀ ପାରମ୍ପାରିକ ଧାନ ଚାଷ ବଦଳରେ ମହୁ ଚାଷ କରି ହେବେ ଅଧିକ ସ୍ଵାବଲମ୍ବୀ ଆଉ ପାଇବେ ଅଧିକ ଲାଭ। ଏନେଇ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକର ମୁସାକାନି ଗ୍ରାମର ମହିଳା ଚାଷୀଙ୍କୁ ମହୁ ଚାଷ କିପରି କରିବେ ସେନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିଵିର ମାଧ୍ୟମରେ ପ୍ରୟାସ ଆରମ୍ଭ କରାଯାଇଛି।
ଏନେଇ ଲକ୍ଷ୍ନୋର CSIR ନ୍ୟାସନାଲ ବୋଟାନିକାଳ ରିର୍ସଚ ଇସ୍ଟିଚ୍ୟୁଟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଲକରେ ଥିବା ମୁଶାକାନୀ ଗ୍ରାମରେ ବିକାଶ ଫାଉଣ୍ତେସନ ଟ୍ରଷ୍ଟ ସହାୟତରେ CSIR ନ୍ୟାସନାଲ ବୋଟାନିକାଳ ରିର୍ସଚ ଇସ୍ଟିଚ୍ୟୁଟ ମହୁ ଚାଷ ପାଇ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛି। ଏଥିରେ ୩୦ ଜଣ ମହିଲା ଚାଷୀ ଙ୍କୁ ୧୫୦ ଟି ମହୁ ଚାଷ ଯନ୍ତ୍ର ସାମଗ୍ରୀ ପ୍ରଦାନ କରାଯାଇଛି । ଏଥିପାଇ ମହିଲା ମାନଙ୍କୁ ୪ ଦିନ ଧରି ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ଦେବେ ।
ଏଥିପାଇ ଆଜି CSIR- NBRI ନିଦ୍ଦେଶକ ଡକ୍ଟର ଅଜିତ କୁମାର ଶାସନୀ ପହଞ୍ଚି କାର୍ଯ୍ୟକ୍ରମକୁ ଉଦଘାଟନ କରି ସାମଗ୍ରୀ ପ୍ରଦାନ ସହ ଏହି ବିଷୟରେ ଚାଷୀ ଙ୍କୁ ବୁଝାଇଥିଲେ । ତେଵେ ସବୁଜ ସତାନତ ପାଲି କୃଷକ ଉତ୍ପାଦକ କମ୍ପାନୀ ସ୍ଥାନୀୟ ଚାଷୀ ମାନଙ୍କୁ ଚାଷ ସମୟରେ ମହୁ ଚାଶ ସମୟରେ ସହଯୋଗ କରିବେ ବୋଲି ଚୁକ୍ତି ସ୍ଵାକ୍ଷର ହୋଇଛି । ପୁବରୁ ଗେଣ୍ତୁ, ଗୋଲାପ ଆଦି ଫୁଲ ଚାଷ ପାଇ CSIR-NBRI ପକ୍ଷରୁ ବିହନ ବଣ୍ଟନ କରାଯାଇଥିଲା । ସେହି ସମୟରେ ବିକାଶ ଫାଉଣ୍ତେସନ ଅଧ୍ୟକ୍ଷା ଡ. ମୃଦୁଲା ଠାକୁର ପ୍ରଧାନ ମହିଲା ଚାଷୀ ସ୍ଵାବଲମ୍ବୀ କରିବା ଇଚ୍ଛା ପ୍ରକାଶ କରିଥିଲେ । ତେବେ ଆଗାମି ସମୟରେ ଏହି ଅଂଚଳ ମହିଲାଙ୍କୁ ଫୁଳ ଚାଷ ପାଇ ମଧ୍ୟ ପ୍ରଶିକ୍ଷଣ କରାଯିବାକୁ ଯୋଜନା ରହିଛି।