ଆଜି ନିଜ ସ୍ୱାମୀ ପାଇଁ ନେହୁରା ହେଉଛନ୍ତି ଆଉ ଜଣେ ସାବିତ୍ରୀ, ଆପଣ ବି ବଢାଇ ପାରିବେ ସହାୟତାର ହାତ
Khabar Odisha:Help-Abhisekh-Mohapatra-trends-in-Social-Media

ଭୁବନେଶ୍ୱର, ଜୁନ୍ ୯ (ଖବର ଓଡ଼ିଶା): ଆସନ୍ତା କାଲି ସାବିତ୍ରୀ ବ୍ରତ ଆଉ ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ଆଜି ନେହୁରା ହେଉଛନ୍ତି ଆଉ ଜଣେ ସାବିତ୍ରୀ । ଭଦ୍ରକ୍ ର ଯୁବ ଇଞ୍ଜିନିୟର ଅଭିଷେକ୍ ମହାପାତ୍ର ମାତ୍ର ଗୋଟିଏ ମାସ ତଳେ ବିବାହ କରିଥିବା ବେଳେ ବାହାଘରର ମାତ୍ର ୮ ଦିନ ପରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ଏବଂ ନବ ବିବାହିତ ବଧୂର ସିନ୍ଦୁର ଉପରେ ଲାଗିଥିଲା କରୋନାର ନଜର । 

ଧିରେ ଧିରେ ଅଭିଷେକ୍ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲେ ଚିକିତ୍ସା କରାଯାଉଥିଲା । ଗତ ୨୨ ଦିନ ହେବ ଅଭିଷେକ୍ କରୋନାରେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସାଧିନ ଥିଲେ ଓ ତାଙ୍କୁ ବଞ୍ଚାଇବା ପାଇଁ ଶେଷ ବିକଳ୍ପ ଇକମୋ ଚିକିତ୍ସା ବୋଲି ଡାକ୍ତର ଜଣାଇବା ପରେ ମଧ୍ୟବିତ ପରିବାର ଉପରେ ଯେମିତି ଖସି ପଡିଛି ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚର ପାହାଡ ।

ଚିକିତ୍ସା ଖର୍ଚ୍ଚ ପାଇଁ ପ୍ରାୟ ଦେଢ କୋଟି ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ପରିବାର ଲୋକେ ଏବଂ ଅଭିଷେକ୍‌ଙ୍କ ଧର୍ମପତ୍ନୀ ମୌସୁମି ଲୋକଙ୍କ ପାଖରେ ନେହୁରା ହେଉଛନ୍ତି । ଛୋଟରୁ ବି ଛୋଟ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ମୌସୁମି ।

ବାହାଘରର ୮ ଦିନ ପରେ ସେ କୋଭିଡର ଶିକାର ହୋଇଥିଲେ । ସେ ବହୁତ ଗୁରୁତର ଅଛନ୍ତି । କଳିଙ୍ଗ ହସ୍ପିଟାଲରୁ ତାଙ୍କୁ ଗ୍ରୀନ କରିଡର ମଧ୍ୟରେ ନିଆଯାଇଛି । ସାଢେ ଚାରିକୋଟି ଲୋକେ ସମସ୍ତେ ଯଦି ଗୋଟେ ଗୋଟେ ଟଙ୍କା ଦେବେ ସେ ଭଲ ହୋଇଯିବେ । ଆପଣଙ୍କ ପ୍ରାର୍ଥନା ସହ ଗୋଟିଏ ଗୋଟିଏ ଟଙ୍କା ମୋର ନିହାତି ଦରକାର’ ବୋଲି ତାଙ୍କ ପତ୍ନୀ ମୌସୁମୀ କହିଛନ୍ତି ।

ଆଜି ଅଭିଷେକ୍ ମହାପାତ୍ରଙ୍କୁ ଇକମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଛି । ଏହି ବ୍ୟୟ ବହୁଳ ଚିକତ୍ସା ପାଇଁ ଏବେ ଅଭିଷେକ୍ ଙ୍କ ନବ ବିବାହିତା ପତ୍ନୀଙ୍କ ସମେତ ପରିବାର ଲୋକେ ପାଣ୍ଠି ଯୋଗାଡ କରିବାରେ ଲାଗିପଡିଛନ୍ତି । ଏହାକୁ ନେଇ ବହୁ ବଦାନ୍ୟ ବ୍ୟକ୍ତି ମଧ୍ୟ ନିଜ ସହାୟତାର ହାତ ବଢାଇଛନ୍ତି ଅଭିଷେକ୍‌ଙ୍କ ଇକମୋ ଚିକିତ୍ସା ପାଇଁ । ଆପଣ ମଧ୍ୟ ଏହି କ୍ୟାମ୍ପେନ୍ ରେ ଯୋଡି ହୁଅନ୍ତୁ ଓ ନିଜ ସାମର୍ଥ୍ୟ ଅନୁଯାଇ ଅଭିଷେକ୍‌ଙ୍‌କ ପରିବାର ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ।

ଯଦି କେହି ସହୃଦୟ ବ୍ୟକ୍ତି ଅଭିଷେକଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହୁଁଥିଲେ...

Account holder name-  ରୋସନ ମହାନ୍ତି

Account no- 20212111429

State bank of India

IFSC Code- SBIN0002014

Branch-like Basudevpur, Bhadrak

ଯଦି ଗୁଗୁଲ ପେ କିମ୍ବା ଫୋନ ପେ କରିବାକୁ ଚାହୁଁଛନ୍ତି ତେବେ-

9692999900  ଏହି ନମ୍ବରରରେ ସାହାଯ୍ୟ କରିପାରିବେ ।

  • Tags:

Subscribe

National International State Sports Entertainment