ଇନଷ୍ଟାଗ୍ରାମରୁ ପ୍ରେମ, ପରେ ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲେ ଯୁବତୀ
Khabar Odisha:Haryana-girl-reaches-in-odisha-for-marry-her-boyfriend
ଖବର ଓଡିଶା : 04/03/2023

ନାବାଳିକାଙ୍କ ପ୍ରେମରେ ପାଗଳ ଯୁବତୀ, ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲେ ସୁଦୂର ଓଡ଼ିଶା | ହେଲେ ହେଲା କଣ ? କଣ ପାଇପାରିଲେ ସେ ତାଙ୍କର ପ୍ରେମ ନା ସୁଦୂର ପାଥ ଆସିବା ପରେ ମିଳିଲା ତାଙ୍କୁ ଧୋକା | ତେବେ ଅନଲାଇନ ପ୍ରେମର ଇଏ ହଉଚି କରୁଣା ପରିଣତି | ଆଜିକାଲି ଯୁବପିଢ଼ି  ଅନଲାଇନ ପ୍ରେମରେ ଅନେକ ଭୁଲ ପଦକ୍ଷେପ ନେଉଛନ୍ତି | କିନ୍ତୁ ଏଠି ଘଟଣା ଟିକେ ଭିନ୍ନ।ତେବେ ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅର୍ନ୍ତଗତ ଶଙ୍ଖାରି ଅଞ୍ଚଳରେ | ଭୋଗରାଇ ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ କଲେଜ ପଢ଼ୁଆ ୧୭ ବର୍ଷୀୟ ନାବାଳିକାକୁ ବିବାହ କରିବା ପାଇଁ ହରିୟାଣା ରାଜ୍ୟର ଜଣେ ୨୦ ବର୍ଷୀୟ ଯୁବତୀ ଆସି ନାବାଳିକାଙ୍କ ଘରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ, ଶଙ୍ଖାରି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ହରିୟାଣା ସୋନିପଥ ଥାନା ଅନ୍ତର୍ଗତ ତାଜପୁର ଅଞ୍ଚଳର ୨୦ ବର୍ଷୀୟା କାଜଲଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଇନ୍‌ଷ୍ଟାଗ୍ରାମରେ ଉଭୟଙ୍କ ପରିଚୟ ହୋଇଥିଲା। ଏହାପରେ ପ୍ରେମ ଓ ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ | ଫଳରେ କାଜଲ ବିବାହ କରି ଉକ୍ତ ନାବାଳିକାଙ୍କୁ ସାଥିରେ ନେଇ ଯିବା ପାଇଁ ହରିଆଣାରୁ ଟ୍ରେନ ଯୋଗେ ଦୀଘା ଆସି ଗୁରୁବାର ରାତିରେ  ଶଙ୍ଖାରୀ ଗାଁରେ ପହଞ୍ଚିଥିଲେ। ତାଙ୍କ ଘରେ ବନ୍ଧୁ ବୋଲି ପରିଚୟ ଦେଇ ରହିଥିଲେ।ଶୁକ୍ରବାର ଉକ୍ତ ନାବାଳିକା କାଜଲ ସହିତ ବିବାହ କରିବା ପାଇଁ ଘରଛାଡ଼ି ପଳାଇଯିବା ବେଳେ ପରିବାର ଲୋକେ ଜାଣିପାରି ଚନ୍ଦନେଶ୍ୱର ପୋଲିସ ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ବିଶ୍ୱନାଥ କର କାଜଲଙ୍କ ପରିବାର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ କାଜଲଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।  

Subscribe

National International State Sports Entertainment