କରୋନାର ଦ୍ୱିତୀୟ ଲହର: ସପ୍ତାହନ୍ତ ସଟଡାଉନ୍ ର ଦ୍ୱିତୀୟ ଦିନ
Khabar Odisha:Coronas-second-wave-The-second-day-of-the-week-end-shutdown-in-Odisha

ଭୁବନେଶ୍ୱର, ଏପ୍ରିଲ ୧୮ (ଖବର ଓଡ଼ିଶା): ପୁଣି ଏମିତି ଦିନ ଯେ ଫେରିବ ତାହା କେବେ କେହି କଳ୍ପନା କରି ନଥିଲେ । କରୋନା ଦ୍ୱିତୀୟ ଲହର ଏତେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି ଯେ ପୁଣି ଥରେ ଲୋକମାନେ ଘରେ ବନ୍ଦୀ ହେବାକୁ ବାଧ୍ୟ ହୋଇଛନ୍ତି । ଗତ କାଲି ଠୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଅଧିକ ସଂକ୍ରମିତ ୧୦ ଜିଲ୍ଲା ବା ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲା ରେ ଗତ କାଲି ଠାରୁ ପୁଣି ଥରେ ଲାଗୁ ହୋଇଛି ସପ୍ତାହନ୍ତ ସଟଡାଉନ୍ ।

ପୂର୍ବ ଭଳି ସେହି କଟକଣା । ଘରୁ ବାହାରକୁ ବାହାରିଲେ ଭୂତାଣୁ ସଂକ୍ରମଣ ସହିତ ପୋଲିସ୍ ଭୟ ବି ରହିଛି ଲୋକଙ୍କୁ । ଆଜି ୧୦ ଜିଲ୍‌ଲାରେ ସପ୍ତାହନ୍ତ ସଟଡାଉନ୍ ର ଦ୍ୱିତୀୟ ଦିନ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି,ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚରେ ସପ୍ତାହନ୍ତ ସଟଡାଉନ୍ କୁ କଡାକଡି ଭାବରେ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି ।

ଏହାସହିତ ସମସ୍ତ ରାଜ୍ୟରେ ଏବେ ଅନିଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ରାତି ୯ ରୁ ସକାଳ ୫ ପର୍ଯ୍ୟନ୍ତ ରାଜ୍ୟର ୨୦ ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହୋଇଛି । ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ କର୍ଫ୍ୟୁ କରାଯାଇଛି ।

କଟକ, ଭୁବନେଶ୍ୱରରେ ମଧ୍ୟ କରୋନା ସ୍ଥିତି ସଙ୍ଗୀନ ହୋଇଛି ଯାହାକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ସମୟରେ ଟ୍ୱିନସିଟିରେ ୧୪୪ ଧାରା ଜାରି କରାଯାଉଛି ।

  • Tags:

Subscribe

National International State Sports Entertainment