ଆଜିକାଲି ପାଣିପାଗ ପରିବର୍ତ୍ତନ ହେତୁ ଆମ ଶରୀରରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି। ଛୋଟରୁ ବଡ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଆଉ ସବୁଠାରୁ ବଡ ସମସ୍ୟା ହେଉଛି ନିଦ ନ ଲାଗିବା, ଶୋଇବା ବେଳେ ଘୁଙ୍ଗୁଡ଼ି ମାରିବା। ତେଣୁ ଏହି ସମସ୍ୟା ପାଇଁ ମେଡ଼ିସିନ ଅପେକ୍ଷା ଲୋକମାନେ ଘରୋଇ ଉପଚାର କରୁଛନ୍ତି। ଆଉ ଏହି ରୋଗ ପାଇଁ ସବୁଠାରୁ ଭଲ ଉପଚାର ହେଉଛି ଶଙ୍ଖ।
ଆୟୁର୍ବେଦରେ ଫୁସଫୁସ କ୍ଷମତା, ମାନସିକ ଏକାଗ୍ରତା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଶଙ୍ଖ ବଜାଇବା ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ପଦ୍ଧତି ମହଙ୍ଗା ଚିକିତ୍ସା କୌଶଳର ଏକ ସୁଲଭ ବିକଳ୍ପ ହୋଇପାରିବ। ବିଶେଷକରି ଶଙ୍ଖ ଫୁଙ୍କିଲେ ଘୁଙ୍ଗୁଡ଼ି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏପରିକି ଶଙ୍ଖ ଫୁଙ୍କିବା ଦ୍ୱାରା ରାଗ ଦୂର ହେବା ସହିତ ନିଦ୍ରା ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ସହରର ଏକ ଘରୋଇ ହସ୍ପିଟାଲ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ବୈଜ୍ଞାନିକ ପ୍ରମାଣ ମିଳିଛି ଯେ ନିୟମିତ ଶଙ୍ଖ ଫୁଙ୍କିବା ଏହି ସମସ୍ତ ସମସ୍ୟା ଖୁବ ଶୀଘ୍ର ଦୂର ହୋଇଯାଏ।
ତେବେ ବୈଜ୍ଞାନିକଙ୍କ ମତରେ ଶଙ୍ଖ ବଜାଇବା ଦ୍ଵାରା ଗ୍ରୀବା, ଜିଭ ଏବଂ ଅନ୍ୟାନ୍ୟ ଶ୍ୱାସକ୍ରିୟା ମାଂସପେଶୀ ମଜବୁତ ହୁଏ । ଏହା ଶ୍ୱାସନଳୀକୁ ଖୋଲା ରଖେ, ଘୁଙ୍ଗୁଡ଼ି ମାରିବା ଏବଂ ନିଦ ବନ୍ଦ ହେବାର ସମ୍ଭାବନାକୁ ହ୍ରାସ କରେ। ଏଥିସହ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ ପ୍ରଦାନ କରିପାରିବ। ଏଥିପାଇଁ ପ୍ରତ୍ୟକ ଦିନ ଘରେ ଶଙ୍ଖ ବାଜିଲେ ଅତ୍ୟନ୍ତ ଲାଭଦାୟକ ଅଟେ।