ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦ୍ୱାରା ସ୍ୱତନ୍ତ୍ର ତଦନ୍ତ ଦଳ (SIT) ନିଯୁକ୍ତି ଉପରେ, ବନ୍ତାରା ଏକ ବିବୃତ୍ତି ଜାରି କରିଛି। ବନ୍ତରା କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ସ୍ୱଚ୍ଛତା ଏବଂ ଆଇନର ପୂର୍ଣ୍ଣ ଅନୁପାଳନ ପାଇଁ ପ୍ରତିବଦ୍ଧ। ଆମେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମ୍ମାନର ସହିତ ସ୍ୱାଗତ କରୁଛୁ। ଆମର ମିଶନ ଏବଂ ଧ୍ୟାନ ପ୍ରାଣୀମାନଙ୍କ ଉଦ୍ଧାର, ପୁନର୍ବାସ ଏବଂ ଯତ୍ନ ଉପରେ ରହିଛି। ଆମେ ଏସଆଇଟିକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ। ପ୍ରାଣୀଙ୍କ କଲ୍ୟାଣକୁ ପ୍ରୟାସର କେନ୍ଦ୍ରରେ ରଖି ସଚ୍ଚୋଟତାର ସହିତ ଆମର କାର୍ଯ୍ୟ ଜାରି ରଖିବୁ।
SIT ଗଠନ ହେବା ପରେ, ମଙ୍ଗଳବାର ଦିନ ବନ୍ତାରା ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର କହିଛି ଯେ ସଂଗଠନ ପ୍ରାଣୀମାନଙ୍କ ଉଦ୍ଧାର ଏବଂ ପୁନର୍ବାସ କରିବାରେ ସହଯୋଗ କରିବ ଏବଂ ଏହି କାମ ଜାରି ରଖିବ। ବନ୍ତାରା ସବୁ ପ୍ରକାର ଆଇନର ପାଳନ କରିବା ସହ ଏସଆଇଟିର ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବ।
ସୂଚନାଯୋଗ୍ୟ, ଜାମନଗରର ବନ୍ତାରା ଅଭୟାରଣ୍ୟରେ ଥିବା ମନ୍ଦିର ହାତୀ 'ମହାଦେବୀ'କୁ କୋଲହାପୁରରୁ ରାଧେ କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟକୁ ସ୍ଥାନାନ୍ତରକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରାଯାଇଥିଲା। ଆବେଦନରେ ଦାବି କରାଯାଇଥିଲା ଯେ ଗୁଜରାଟର ଜାମନଗରରେ ଥିବା ବନ୍ତାରା ବନ୍ୟପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ରର ତଦନ୍ତ କରାଯାଉ। ଏହି ମାମଲାର ତଦନ୍ତ ପାଇଁ କୋର୍ଟ ଏକ ୧୦ ଜଣିଆ SIT ଗଠନ କରିଛନ୍ତି।
ସୋମବାର ସୁପ୍ରିମକୋର୍ଟ ଗୁଜରାଟର ଜାମନଗରରେ ଥିବା ବନ୍ତାରା ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ରରେ ପଶୁମାନଙ୍କୁ ବେଆଇନ ଭାବରେ ଅକ୍ତିଆର କରି ରଖିବା ଏବଂ ଦୁର୍ବ୍ୟବହାର ଅଭିଯୋଗର ଉପରେ ତଦନ୍ତ ପାଇଁ ଜଷ୍ଟିସ୍ ଚେଲାମେଶ୍ୱରଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରିଥିଲେ। ଜଷ୍ଟିସ୍ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ଭାରାଲଙ୍କ ଖଣ୍ଡପୀଠ ଏସଆଇଟିକୁ ସେପ୍ଟେମ୍ବର ୧୨ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ରେ ଧାର୍ଯ୍ୟ କରାଯାଇଛି।
Also read: ଟାରିଫ୍ ଭିତରେ ଟ୍ରମ୍ପଙ୍କ ଫୋନ୍ କଲ୍କୁ ମୋଦୀଙ୍କ ପ୍ରତ୍ୟାଖାନ; ୪ ଥର କଲ୍ ଆସିବା ପରେ ବି କଥା ହେଉନାହାନ୍ତି ପ୍ରଧାନମନ୍ତ୍ରୀ