ମାତ୍ର 9 ବର୍ଷରେ ସାନ୍ୟାସିନୀ ହେଲେ ହୀରା ବ୍ୟବସାୟୀଙ୍କ ଝିଅ ଖବର ଓଡିଶା : 19/01/2023 Share story: ସାଂସାରିକ ମୋହ ଛାଡି ସନ୍ନ୍ୟାସୀ ହେବା ଆଜିର ଦିନରେ କ୍ୱଚିତ୍ ହିଁ ଦେଖିବାକୁ ମିଳେ । ତେବେ ସୋସିଆଲ ମିଡିଆରେ ଆଜି ଦେଖିବାକୁ ମିଳିଛି ଏକ ସୁନ୍ଦର ଖବର। ପରିବାର ଲୋକଙ୍କ ପାଖରେ ଯେତେ ଟଙ୍କା ପଇସା ଥିଲେ ମଧ୍ୟ ଝିଅ ଗ୍ରହଣ କରିଛନ୍ତି ସନ୍ନ୍ୟାସୀ। ତେବେ ସଂସାର ସୁଖ ଓ ଧନର ମୋହରୁ ମୁହଁ ମୋଡ଼ି ସନ୍ନ୍ୟାସିନୀ ହୋଇଯାଇଛି ଗୁଜରାଟର 9 ବର୍ଷୟର ଝିଅ ଦେବାଂଶୀ ସଂଘବୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେବାଂଶୀ ଗୁଜରାଟର ଜଣେ ହୀରା ବ୍ୟବସାୟୀଙ୍କ ଅଲିଅଳୀ ଝିଅ । ସନ୍ନ୍ୟାସିନୀ ହୋଇଥିବା 9 ବର୍ଷର ଦେବାଂଶୀ ହେଉଛନ୍ତି ଧନେଶ ଓ ଅମୀ ସଙ୍ଘଭୀଙ୍କ ବଡ଼ ଝିଅ। ସେ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। କେବଳ ଦେବାଂଶୀ ନୁହନ୍ତି, ସୁରତର ଭେସୁଲ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଦୀକ୍ଷା ଗ୍ରହଣ କରିଛନ୍ତି। ଦେବାଂଶୀଙ୍କ ବାପା ହେଉଛନ୍ତି ସଂଘଭୀ ଆଣ୍ଡ ସନ୍ସର ମାଲିକ। ଏହା ହେଉଛି ସୁରଟର ଏକ ପ୍ରମୁଖ ହୀରା ପଲିସ ଏବଂ ରପ୍ତାନୀ କମ୍ପାନି। ଦେବାଂଶୀ ଧାର୍ମିକ ଜୀବନ ଆପଣାଇବା ପାଇଁ କିଛି ମାସ ହେଲା ପ୍ରସ୍ତୁତି ଚଳାଇଥିଲେ। ସନ୍ନ୍ୟାସିନୀ ହେବା ପୂର୍ବରୁ ସେ ଅନ୍ୟ ସନ୍ନ୍ୟାସୀମାନଙ୍କ ସହ ପ୍ରାୟ 700 କିମି ଚାଲିଛନ୍ତି। ସେ 5ଟି ଭାଷା ଜାଣିଛନ୍ତି ଏବଂ ତାଙ୍କର ଅନ୍ୟାନ୍ୟ ଦକ୍ଷତା ମଧ୍ୟ ରହିଛି। 8ବର୍ଷରେ ହିଁ ସେ 357 ଦୀକ୍ଷା ଦର୍ଶନ ଜୈନ ଗ୍ରନ୍ଥକୁ ହିଁ ଛୋଟବେଳୁ ଶିଖିଛନ୍ତି। ପିଲାଟି ବେଳୁ ହିଁ ଦେବାଂଶୀ ଧାର୍ମିକ ଚିନ୍ତାଧାରା ଓ ଭଗବାନଙ୍କ ପ୍ରତି ଅତ୍ୟନ୍ତ ନିଷ୍ଠା ଦେଖାଇ ଚାଲିଥିଲେ। ଛୋଟ ପିଲାଟିର ଏପରି ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ ଆଉ କିଛି ନାସପନ୍ଦ କରିଛନ୍ତି। ଦେବାଂଶୀଙ୍କ ସାନ ଭଉଣୀ ମଧ୍ୟ ରହିଛନ୍ତି। ତାଙ୍କୁ 4 ବର୍ଷ। Khabar Odisha Devanshi Sanghavi Gujarat ଖବର ଓଡ଼ିଶା, Reporter, 19/01/2023