ଭୁବନେଶ୍ୱର: ପୁଣି ଥରେ ପଦାରେ ପଡ଼ିଛି କଂଗ୍ରେସ କଳି । ଏଥର ବିଧାନସଭା ଗୃହ ଭିତରେ । ଅଧିବେଶନ ଚାଲିଥିବାବେଳେ ଦୁଇ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋ ଓ ସି ଏସ୍ ରାଜନ ଏକ୍କା ମଧ୍ୟରେ କଥାକଟି ହୋଇଥିବା ଦେଖିବାକୁ ମିଳିଥିଲେ । ତେବେ କଳିକୁ ତୁଟାଇବାକୁ ଅନ୍ୟ ବିଧାୟକଙ୍କୁ ହସକ୍ଷେପ କରିବାକୁ ପଡ଼ିଥିବା ଜଣାପଡ଼ିଛି ।
ସୋମବାର ବିଧାନସଭା ଅଧିବେଶନ ଚାଲିଥିଲା । ଏହି ସମୟରେ ମୋହନା କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଓ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ସି ଏସ୍ ରାଜନ ଏକ୍କାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଦଳର ଅନ୍ୟ ସଦସ୍ୟ ପବିତ୍ର ସାଉଁଟା ଓ ତାରାପ୍ରସାଦ ବାହିନୀପତି ମଧ୍ୟସ୍ଥି ସାଜିଥିଲେ । ଦାଶରଥି ଗମାଙ୍ଗଙ୍କୁ ପବିତ୍ର ସାଉଁଟା ବୁଝାଇ ଥିବାବେଳେ ସି ଏସ୍ ରାଜନ ଏକାଙ୍କୁ ତାରା ବାହିନୀପତି ବୁଝାଇଥିଲେ । ଯାହା ପରେ ଦୁଇ ନେତା ଶାନ୍ତ ପଡ଼ିଥିଲେ ।