କୋରାପୁଟ: ଆସନ୍ତା ୨୫ ତାରିଖ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯଦି ଧାନ ନ ଉଠେ ୨୬ରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ରାସ୍ତାରୋକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତାରା ।
ତାରା ପ୍ରସାଦ ବାହିନୀପତି କହିଛନ୍ତି, କୋରାପୁଟ ଜିଲ୍ଲାରେ ୧୧ ତାରିଖରୁ ଖରିଫ ମଣ୍ଡି ଆରମ୍ଭ ହୋଇଛି । କିନ୍ତୁ ଆଜି ସୁଦ୍ଧା ଧାନ କ୍ରୟ କରାଯାଇପାରୁନି । ଟୋକନର ଅବଧି ମାତ୍ର ଏକ ମାସ ରହିଛି । ବର୍ଷାରେ ଚାଷୀ ପଲିଥିନ୍ କିଣି ଧାନକୁ ଘୋଡ଼ାଇ ରଖିଲେ । ଧାନରେ ଆଦ୍ରତା ବୃଦ୍ଧି ପାଉଛି । ଯଦି ୧୧ ତାରିଖରୁ ଧାନ କିଣା ଯାଇଥାଆନ୍ତା ତାହା ହେଲେ ଏପରି ପରିସ୍ଥିତି ହୋଇ ନା ଥାଆନ୍ତା ବୋଲି ତାରା କହିଛନ୍ତି ।
ଆସନ୍ତା ୨୫ ତାରିଖ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲାରେ ୨୬ରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ତାରା ।