୨୦୨୬ ତାମିଲନାଡୁରୁ ବିଧାନସଭା ନିର୍ବାଚନ ଫଳାଫଳ ସମଗ୍ର ଦେଶକୁ ଦେଶକୁ ସ୍ତବ୍ଧ କରିଦେଇଛି। ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି। ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍ କେ ଷ୍ଟାଲିନ ନିଜେ ପରାଜିତ ହୋଇଛନ୍ତି। ସେ ତାଙ୍କର ପାରମ୍ପରିକ ଆସନ କୋଲାଥୁରରୁ ନିର୍ବାଚନ ଲଢ଼ୁଥିଲେ। ତାଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା TVK ପ୍ରାର୍ଥୀ ଭି.ଏସ୍ ବାବୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ହରାଇ ଇତିହାସ ରଚିଛନ୍ତି। ସୁପରଷ୍ଟାର ବିଜୟଙ୍କ ନୂଆ ଦଳ TVK, ପ୍ରଥମ ନିର୍ବାଚନରେ ହିଁ ଶାସକ DMK ର ଗଡ଼ ଭାଙ୍ଗିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ, ବିଜୟଙ୍କ TVK ୧୧ଟି ଆସନ ଜିତିଥିବା ବେଳେ ୯୬ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ ଶାସକ DMK ମାତ୍ର ୪ଟି ଆସନ ଜିତିଛି ଏବଂ ୬୭ଟି ଆସନରେ ଆଗୁଆ ରହିଛି। ବିଶେଷ କରି ଚେନ୍ନାଇ ଅଞ୍ଚଳରେ TVK ଏକପାଖିଆ ପ୍ରଦର୍ଶନ କରିଛି। ଚେନ୍ନାଇର ୩୭ଟି ଆସନ ମଧ୍ୟରୁ ୩୧ଟିରେ TVK ଆଗୁଆ ରହି ଡିଏମକେ'କୁ ବଡ଼ ଝଟକା ଦେଇଛି।
ଯୁବପିଢ଼ିଙ୍କ ପ୍ରବଳ ସମର୍ଥନ ଏବଂ ସରକାର ବିରୋଧୀ ହାୱା ଯୋଗୁଁ TVK ଏହି ଅଦ୍ଭୁତପୂର୍ବ ସଫଳତା ପାଇଥିବା କୁହାଯାଉଛି। ତାମିଲନାଡୁବାସୀ ଡିଏମକେ ଏବଂ ଏଆଇଏଡିଏମକେ'ର ଦୀର୍ଘବର୍ଷର ଶାସନରେ ଅତିଷ୍ଠ ହୋଇ ପରିବର୍ତ୍ତନକୁ ବାଛିଛନ୍ତି।
ଯଦିଓ TVK ଏକୁଟିଆ ସରକାର ଗଢ଼ିବାକୁ ଦାବି କରୁଥିଲା, କିନ୍ତୁ ବହୁମତ ସଂଖ୍ୟା (୧୧୮) ରୁ ସାମାନ୍ୟ ଦୂରରେ ରହିବା ଆଶଙ୍କା କରି ବିଜୟଙ୍କ ପିତା ଏସ.ଏ ଚନ୍ଦ୍ରଶେଖର ଏବେ କଂଗ୍ରେସକୁ ମେଣ୍ଟ ପାଇଁ ଆମନ୍ତ୍ରଣ କରିଛନ୍ତି। କଂଗ୍ରେସର ପୁରୁଣା ପରମ୍ପରା ଓ ଇତିହାସକୁ ସମ୍ମାନ ଜଣାଇ ସେ ଏହି ନୂତନ ସମୀକରଣ ପାଇଁ ପ୍ରସ୍ତାବ ଦେଇଛନ୍ତି।
ଅଧିକ ପଢନ୍ତୁ: ବଢ଼ିଲା ଦିଦିଙ୍କ ଦୁର୍ଦ୍ଦଶା; ଦିଘାରେ ଧାମ କରି ନାମ ନେଲେ ମମତା, ଟିଏମସି ଶିବିରରେ ଘାରିଲା ଚିନ୍ତା