ବିଜେପିରେ ଯୋଗ ଦେଲେ ସ୍ମୃତିରେଖା ପହି
Khabar Odisha:smrutirekha-pahi-join-BJP-in-the-present-of-central-minister-dharmendra-pradhan

ଭୁବନେଶ୍ୱର,୧୪ଏପ୍ରିଲ(ଖବର ଓଡିଶା); ଯାଜପୁର ଜିଲ୍ଲା ଧର୍ମଶାଳାର ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା କିଛି ଦିନ ତଳେ କଂଗ୍ରେସରୁ ଇସ୍ଥାପା ଦେଇଥିଲା ବେଳେ ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ସେ କଂଗ୍ରେସ ଦଳରେ ଥିଲା ସମୟରେ ବିଭିନ୍ନ ସମୟରେ ଦଳ ତାଙ୍କ ସାଥ୍ ନଦେଇ ବିଜେଡିର ଟିମ୍‌-ବି ଭାବରେ କାମ କରୁଥିବା ନେଇ ସେ ତାଙ୍କର ଇସ୍ଥପା ପତ୍ରରେ ଉଲ୍ଲେଖ କରିଥିଲେ ।

ତେବେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେର୍ନ୍ଦ ମୋଦିଙ୍କ ନେତୃତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବାରୁ ଧନ୍ୟବାଦ ।ଦଳରେ ସାମିଲ ହୋଇଥିବା ସମସ୍ତ କାର‌୍ୟ୍ୟକର୍ତ୍ତାଙ୍କ ଉପସ୍ଥିତି ବିଜେପିକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ୍ କରିବ ।

  • Tags:

Subscribe

National International State Sports Entertainment