ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବଙ୍ଗାଳିରେ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଛି । ବିଜେଡ଼ି ବରିଷ୍ଠ ବିଧାୟକ ରଣେନ୍ଦ୍ର ସ୍ୱାଇଁ ବଙ୍ଗାଳିରେ ଢଗ କହି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ । ଆଉ ବଙ୍ଗାଳିରେ ଶାସକ ଦଳର ସଦସ୍ୟ ସିଦ୍ଧାନ୍ତ ମହାପାତ୍ରଙ୍କ ପାଲଟା କଟାକ୍ଷ କରିଛନ୍ତି ।
ଗଣଶିକ୍ଷା ବିଭାଗ ପ୍ରଶ୍ନ ଉତ୍ତର ଆଲୋଚନାରେ ରାଜା ସ୍ୱାଇଁ ବଙ୍ଗାଳୀ ଭାଷାରେ ପ୍ରଶ୍ନ କରିଥିଲେ ଯେ ହିସାବ କିତାବ ଠିକ୍ ଆଚ୍ଛେ, ଛେଲେ ଡୁବ୍ ଚେ କେନ ? ଏହା ପରେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଗଣ ଶିକ୍ଷା ବିଭାଗକୁ କିଛି ଅନୁରୋଧ କରୁଥିବାବେଳେ ରଣେନ୍ଦ୍ର ସ୍ୱାଇଁ କିଛି ମନ୍ତବ୍ୟ ଦେଇଥିଲେ । ଆଉ ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରଶ୍ନ ପଚାରିବା ବେଳେ ରାଜା ସ୍ୱାଇଁଙ୍କୁ ବଙ୍ଗାଳୀ ଭାଷାରେ ହିଁ କଟାକ୍ଷ କରିଥିଲେ । ଆଉ କହିଲେ ତୋମାର କାଚ୍ଛେ ଛେଲେ ଛିଲୋ, ଅମାର କାଚ୍ଛେ ଛେଲେ ଆର୍ ମେ ଆଚ୍ଛେ।