ବିଜେପି ଜିତିବ ୪୮ ସିଟ୍, ମୋ ଟ୍ଵିଟ୍ ସମ୍ଭାଳି କି ରଖନ୍ତୁ, ପରେ ଇଭିଏମକୁ ଦୋଷ ଦେବେନି: ମନୋଜ ତିଓ୍ଵାରୀ
Khabar Odisha:politics-odisha-manoj-tiwari-on-exit-poll-said-everyone-will-be-proved-wron-bjp-will-win-48-seats
ନୂଆଦିଲ୍ଲୀ, ଫେବୃଆରୀ୦୮(ଖବର ଓଡ଼ିଶା):

 ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍ ଓ ଏଜେନ୍ସି ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ ଅନୁଯାୟୀ ଆମ୍ ଆଦମୀ ପାର୍ଟି ପୁନର୍ବାର ସରକାର ଗଠନ କରୁଥିବା ଦେଖିବାକୁ ମିଳିଛି। ପୁଣି ଥରେ ବିଜେପିକୁ ଦିଲ୍ଲୀରେ ପରାଜୟର ମୁହଁ ଦେଖିବାକୁ ପଡ଼ୁଛି। ଏହା ମଧ୍ୟରେ ଏକଜିଟ୍ ପୋଲ୍ ଉପରେ ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ମନୋଜ ତିଓ୍ଵାରୀ ତଥା ସାଂସଦ ପରବେଶ ବର୍ମା ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚୂଡ଼ାନ୍ତ ପରିଣାମ ଏକଜିଟ୍ ପୋଲର ସଂପୂର୍ଣ୍ଣ ଓଲଟା ହେବ।

ମନୋଜ ତିଓ୍ଵାରୀ ଟ୍ଵିଟ୍ କରିଛନ୍ତି ଯେ, ଏହି ସବୁ ଏକଜିଟ୍ ପୋଲ୍ ଫେଲ୍ ହେବ। ମୋର ଏହି ଟ୍ଵିଟ୍ ସମ୍ଭାଳି କରି ରଖନ୍ତୁ। ବିଜେପି ଦିଲ୍ଲୀରେ ୪୮ ଆସନ ସହିତ ସରକାର ଗଢ଼ିବ। ଦୟା କରି ଇଭିଏମକୁ ଦୋଷ ଦେବାର  ବାହାନା ଏବେଠୁ ନଖୋଜାଯାଉ। 

ଅନ୍ୟପଟେ ପଶ୍ଚିମ ଦିଲ୍ଲୀରୁ ବିଜେପି ସାଂସଦ ପରବେଶ ବର୍ମା ମଧ୍ୟ ଦିଲ୍ଲୀ ନିର୍ବାଚନ ପରିଣାମକୁ ନେଇ ପୂର୍ବାନୁମାନ କରିଛନ୍ତି। ତାଙ୍କ ଅନୁଯାୟୀ ବିଜେପି ୫୦ ଆସନ ଜିତି ଦିଲ୍ଲୀରେ ସରକାର ଗଢ଼ିପାରେ। ଅନ୍ୟପଟେ ଆମ୍ ଆଦମୀ ପାର୍ଟି ୧୬ ଓ କଂଗ୍ରେସ ଖାତାକୁ ୪ ଆସନ ଯାଇପାରେ। 

ଉଲ୍ଲେଖଯୋଗ୍ୟ, ଅଧିକାଂଶ ଏକଜିଟ୍ ପୋଲର ପୂର୍ବାନୁମାନ ଅନୁଯାୟୀ  ଆମ୍ ଆଦମୀ ପାର୍ଟି ୫୫ କିମ୍ବା ଏଥିରୁ ଅଧିକ ଆସନ ଜିତିପାରେ। ଅନ୍ୟପକ୍ଷେ ବିଜେପି ୧୫-୨୬ ଆସନ ଜିତିପାରେ। ଗତ ନିର୍ବାଚନ ତୁଳନାରେ ଚଳିତଥର ବିଜେପିର ନିର୍ବାଚନରେ ସୁଧାର ଦେଖିବାକୁ ମିଳୁଛି । ଅନ୍ୟପଟେ ଏକ୍‌ଜିଟ୍ ପୋଲରେ କଂଗ୍ରେସର ପରିସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ । ପୂର୍ବଥର ପରି ଚଳିତଥର ମଧ୍ୟ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିପାରୁ ନାହିଁ । 

ବର୍ତ୍ତମାନ ସୁଦ୍ଧା ଆସିଥିବା ବୁଥ ବାହୁଡ଼ା ମତ ଅନୁସାରେ ଦିଲ୍ଲୀରେ ଆପ୍‌କୁ ୧୭ ସିଟ୍‌ର କ୍ଷତି ହେଉଛି । ଦଳକୁ ୫୦ ଆସନ ମିଳୁଥିବା ଅନୁମାନ ରହିଛି । ଅନ୍ୟପଟେ ବିଜେପିକୁ ୧୬ ଆସନର ଲାଭ ହେଉଥିବା ଦେଖିବାକୁ ମିଳୁଛି । ଏଗ୍‌ଜିଟ୍ ପୋଲ ଅନୁସାରେ ବିଜେପିକୁ ୧୯ରୁ ଆସନ ମିଳୁଥିବା ଦେଖିବାକୁ ମିଳୁଛି ।

Subscribe

National International State Sports Entertainment