ରାଜନୀତି ବିଦ୍ଵେଷକୁ ଭୁଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମମତା, ପଶ୍ଚିମବଙ୍ଗ ଆସିବାକୁ ଦେଲେ ନିମନ୍ତ୍ରଣ
Khabar Odisha:politics-odisha-mamata-banerjee-pm-narendra-modi-birth-day-sweets-kurta
ନୂଆଦିଲ୍ଲୀ,ସେପ୍ଟେମ୍ବର୧୮(ଖବର ଓଡ଼ିଶା):

ରାଜନୀତି ବିଦ୍ଵେଷକୁ ଭୁଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ପହଞ୍ଚିଛନ୍ତି। ଏହି ସମୟରେ ସେ ଉପହାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଠା ଓ କୁର୍ତା ଦେଇଛନ୍ତି। ଏହା ସହିତ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗ ଆସିବାକୁ ମଧ୍ୟ ନିୟନ୍ତ୍ରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ପରେ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା ବହୁତ ଭଲ ଥିଲା। ଦ୍ଵିତୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିବା ପରେ ତାଙ୍କୁ ମୁଁ ଭେଟିନଥିଲି। 

ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ରାଜ୍ୟ ପାଇଁ ୧୩,୫୦୦ କୋଟି ଟଙ୍କା ଦାବି କରିଛି। ଏହା ସହିତ ରାଜ୍ୟର ନାମ ପରିବର୍ତ୍ତନ କରିବା ମଧ୍ୟ ସାମିଲ। ଆମେ ତାଙ୍କ ପ୍ରସ୍ତାବକୁ ମଧ୍ୟ ସ୍ଵୀକାର କରିବାକୁ ପ୍ରସ୍ତୁତ। ମମତା ନିଜର ଏହି ସାକ୍ଷାତକୁ ଚେୟାର ଟୁ ଚେୟାର ମିଟିଂ ଦର୍ଶାଇଛି। 

ମମତା କହିଛନ୍ତି ଯେ ଏହା କୌଣସି ରାଜନୈତିକ ସାକ୍ଷାତ ନଥିଲା। ମମତା ବାନାର୍ଜୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ମଧ୍ୟ ଭେଟିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଯଦି ଅମିତ୍ ଶାହା ସମୟ ଦିଅନ୍ତି ତେବେ ତାଙ୍କୁ ଆସନ୍ତାକାଲି ଭେଟିବି। ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି ଯେ ସେ ଦୁନିଆର ସବୁଠୁ ବଡ଼ କୋଇଲା ଖଣିର ଉଦଘାଟନ ପଶ୍ଚିମବଙ୍ଗ ଆସି କରନ୍ତୁ। 

ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ସେ ସେପ୍ଟେମ୍ବର ୨୦ ପର୍ୟ୍ୟୁନ୍ତ ଦିଲ୍ଲୀରେ ଅଛନ୍ତି। ପ୍ରଥମେ ମୋଦୀ ଓ ମମତାଙ୍କ ମଧ୍ୟରେ ସାକ୍ଷାତ ମଙ୍ଗଳବାର ହେବାର ଥିଲା ମାତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ଭେଟ୍ ହୋଇ ପାରିନଥିଲା।

Subscribe

National International State Sports Entertainment