ନୂଆଦିଲ୍ଲୀ: ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ତାର ପ୍ରଥମ ଗୋଟି ଚାଳନା କରିଛି । ଶନିବାର ଆପ୍ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ମୋଟ ୪୦ ଜଣ ପ୍ରାର୍ଥୀଙ୍କ ନାମ ରହିଛି।
ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦଳର ପଞ୍ଜାବ ପ୍ରଭାରୀ ମନୀଷ ସିସୋଦିଆ ଏହି ନାମଗୁଡ଼ିକ ଘୋଷଣା କରିଛନ୍ତି। ଏହି ତାଲିକାରେ ବର୍ତ୍ତମାନର କୌଣସି କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ସାମିଲ ନାହିଁ। ସେମାନଙ୍କ ନିର୍ବାଚନ ମଣ୍ଡଳୀ ଏବଂ ପ୍ରାର୍ଥିତ୍ୱର ସ୍ଥିତି ବର୍ତ୍ତମାନ ପାଇଁ ଅସ୍ପଷ୍ଟ ରହିଯାଇଛି।
ତାଲିକା ଘୋଷଣା ପୂର୍ବରୁ ଦିଲ୍ଲୀରେ ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର 'ରାଜନୈତିକ ବ୍ୟାପାର କମିଟି' ବୈଠକ ବସିଥିଲା । ତମାମ ଆଲୋଚନା ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଥିଲା।
ଏହି ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ପଞ୍ଜାବ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟିର ଟିକେଟ୍ ବଣ୍ଟନ ରଣନୀତିକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳ ନିଜର ୩୦ରୁ ୪୦ ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ନ ଦେଇପାରେ ବୋଲି ବ୍ୟାପକ ଅନୁମାନ କରାଯାଉଛି।