କର୍ଣ୍ଣାଟକ: ଜେଡିଏସ-କଂଗ୍ରେସ ଆସନ ବୁଝାମଣା ଫର୍ମୁଲା, ବିଜେପି ପାଇଁ ହୋଇପାରେ ବରଦାନ
Khabar Odisha:politics-odisha-Why-JDS-Congress-Seat-Sharing-Formula-May-Turn-Out-to-be-a-Boon-for-BJP-in-Karnataka
ବାଙ୍ଗାଲୁରୁ, ମାର୍ଚ୍ଚ୧୪(ଖବର ଓଡ଼ିଶା):

କଂଗ୍ରେସ-ଜେଡିଏସ ମଧ୍ୟରେ ବୁଧବାର ଲୋକସଭା ପାଇଁ ଆସନ ବୁଝାବଣା ହୋଇଛି । ଜେଡିଏସ ୮ ଏବଂ କଂଗ୍ରେସ ୨୦ ଆସନରେ ନିର୍ବାଚନ ଲଢିବେ । ଏହି ଘୋଷଣାର ଗୋଟିଏ ଦିନ ପରେ ଗୁରୁବାର କଂଗ୍ରେସର ଜଣେ ନେତା କହିଛନ୍ତି ଯେ, ଆମେ ପ୍ରଥମେ ହାରିଲୁ ପରେ ନିଜର ପ୍ରତିଦ୍ୱନ୍ଦ୍ୱତା ଦର୍ଶାଇଲୁ । 

କଂଗ୍ରେସ ନେତା କହିଛନ୍ତି ଯେ କର୍ଣ୍ଣାଟକ ରାଜ୍ୟର ଲକ୍ଷ ଲକ୍ଷ କଂଗ୍ରେସ କର୍ମକର୍ତ୍ତାଙ୍କ ଭାବନାଙ୍କୁ ଧ୍ୟାନରେ ରଖି ମେଣ୍ଟ ଗଠନ କରିଛୁ । ଗୋଟିଏ ମାସର ଲମ୍ବା ସମୟ ଧରି ଆଲୋଚନା କରିବା ପରେ କଂଗ୍ରେସ ଏବଂ ଜେଡିଏସ ରାଜ୍ୟରେ ୨୦-୮ ଫର୍ମୁଲାରେ ସିଟ ବୁଝାମଣା କରିଛନ୍ତି । 

କଂଗ୍ରେସର ଶୀର୍ଷ ନେତାମାନେ ଏନେଇ କୌଣସି ମନ୍ତବ୍ୟ ଦେଇ ନଥିବା ବେଳେ ଏବେ ଚିନ୍ତା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଛି । କଂଗ୍ରେସର ରାଜ୍ୟ ନେତୃତ୍ୱ ୬ରୁ ଅଧିକ ସିଟ ଦେବାକୁ ଚାହୁଁନଥିଲେ । କିନ୍ତୁ, କର୍ଥାବର୍ତ୍ତାରେ ଏହା ସମାଧନ କରାଯାଇଛି । 

ଗତ ସପ୍ତାହରେ ଜେଡିଏସ ସୁପ୍ରମୋ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ଦେବଗୌଡା ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଦଳ ପାଇଁ ୮ଟି ଆସନ ଦାବି କରିଥିଲେ । ସୂଚନାଯୋଗ୍ୟ ଯେ କଂଗ୍ରେସ ୮୦ ତୁଳନାରେ ଜେଡିଏସ ପାଖରେ ୩୭ ଜଣ ବିଧାୟକ ଅଛନ୍ତି । ରାଜ୍ୟରେ ଜେଡିଏସ ମୈଇସୁର କ୍ଷେତ୍ରର ୬ଟି ଜିଲ୍ଲାରେ ଅଧିକ ସକ୍ରିୟ ଅଛି । ବାକି ଅଞ୍ଚଳରେ ଜେଡିଏସର ସ୍ଥିତି ନଥିବା ସହ ସମାନ ।  

ତେବେ ଜେଡିଏସକୁ ମିଳିଥିବା ଆଠଟି ଆସନ ମଧ୍ୟରୁ ୪ ଆସନରେ ପ୍ରଭାବ କିଛି ଖାସ ନୁହେଁ । ଏପରି କୁହାଯାଉଛି ଯେ ସିଟ ଚୟନରେ କଂଗ୍ରେସ ଜେଡିଏସକୁ ଝଟକା ଦେଇଛି । 

Subscribe

National International State Sports Entertainment