ପେଟ୍ରୋଟେକ୍-୨୦୧୯ ଉଦଘାଟିତ: ସାମାଜିକ ଆର୍ଥିକ ବିକାଶ ଶକ୍ତିର ବିକାଶ ଉପରେ ନିର୍ଭର କରେ- ମୋଦୀ
Khabar Odisha:political-national-odisha-pm-modi-and-yogi-comes-greater-noida-today
ନୋଏଡା, ଫେବୃଆରୀ ୧୧ ୯ଖବର ଓଡିଶା) :

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗ୍ରେଟର ନୋଏଡାରେ ପେଟ୍ରୋଟେକ ୨୦୧୯ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ଭିଭିଆଇପି ମୁଭମେଂଟ ହେବା ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଦୀ ଦିଲ୍ଲୀରୁ ହେଲିକାପ୍ଟର ଯୋଗେ ୯ଟା ୨୦ରେ ଏକ୍ସପୋ ମାର୍ଟରେ ଓହ୍ଲାଇଥିଲେ । ସେଠାରେ ସେ ଧୁଁଧ ସଡକ ମାର୍ଗରେ ଗ୍ରେଟର ନୋଏଡାରେ ପହଂଚିଥିଲେ । ତେବେ ଗତ କାଲି ଠାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡାରେ ପହଂଚି ସାରିଥିଲେ । 

ଏହି ସମୟରେ ମୋଦୀ ସମ୍ବୋନ୍ଧନ କରି ବିପକ୍ଷ ଉପରକୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି, ସାମାଜିକ ଆର୍ଥିକ ବିକାସ ଉର୍ଜା ବିକାସ ଉପରେ ନିର୍ଭର କରେ । ଭାରତ ଏବେ ଉର୍ଜା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଲୋକଙ୍କୁ କିଭଳି ସ୍ୱର୍ଚ୍ଚ ଉର୍ଜା ମିଳି ପାରିବ ଭାରତ ତାହା ଲକ୍ଷ୍ୟ ରଖିଛି । ସୌର ଉର୍ଜା ହେଉଛି ଅକ୍ଷୟ ଉର୍ଜା । ଜଳବାୟୁର ଅନିୟମିତତା ଭାବେ ପରିବର୍ତନକୁ ରୋକିବା ପାଇଁ ସବୁ ଦେଶ ଏକ ହେବା ଉଚିତ୍ । ଦେଶରେ କୋଟି କୋଟି ଲୋକଙ୍କ ନିକଟରେ ଏବେ ସୁଦ୍ଧା ମଧ୍ୟ ଉର୍ଜା ନାହିଁ । ରୋଷେଇ କରିବା ପାଇଁ ଇନ୍ଧନ ନାହିଁ । ସମସ୍ତଙ୍କୁ ଇନ୍ଧନ ଯୋଗେଇ ଦେବା ପାଇଁ ଚେଷ୍ଟା କରାଯାଉଛି । ଏନର୍ଜି ପ୍ଲାନିଙ୍ଗ ଆଡକୁ ବହୁ ପଦକ୍ଷେପ ନିଆଯାଇଛି । ବିଶ୍ୱରେ ତୀବ୍ର ଗତିରେ ବଦଳୁଥିବା ଭାରତର ଅର୍ଥବ୍ୟବସ୍ଥା ପ୍ରଥମ । ଉର୍ଜା କନଜ୍ୟୁମ କରିବାରେ ଭାରତ ପ୍ରଥମରେ ରହିଛି । 

ଆମ ସରକାର ଗାଁ ଗାଁରେ ବିଜୁଳି ବାଂଟିଛନ୍ତି । ୭୦ ହଜାର କୋଟି ନିବେଶ କରାଯାଇ ଦେଶରେ ଏଲଇଡି ବଂଟା ଯାଇଛି । ତେବେ କାର୍ଯ୍ୟକ୍ରମ ସରିବା ପରେ ମୋଦୀ ଏବଂ ଯୋଗୀ ହେଲିକାପ୍ଟର ଯୋଗେ ମଥୁରା ବାହାରିବେ । ଆଧିକାରିକ ସୂତ୍ର ମୁତାବକ, ମୋଦୀ ସେଠାରେ ପ୍ରାୟ ୧ଘଂଟା ରହିବେ । ଏହା ପରେ ସେ ମଥୁରା ଅଭିମୁଖେ ଯାତ୍ରା କରିବେ । 

Subscribe

National International State Sports Entertainment