ନୂଆଦିଲ୍ଲୀ: ବାରମ୍ବାର ତାଗିତ ସତ୍ୱେ ପାକିସ୍ତାନ ତାର ପ୍ରକୃତିରୁ ବାଦ ପଡ଼ୁନାହିଁ । ଗତ ଦୁଇ ଦିନ ହେବା ଭାରତ ସାମରିକ ଠିକଣାକୁ ଟାର୍ଟେଟ୍ କରିବାକୁ ଚେଷ୍ଟା ଜାରି ରଖିଛି । ଯାହାର ଭୟଙ୍କର ଜବାବ ଦେଇଛି ଭାରତୀୟ ବାୟୁସେନା । ପାକିସ୍ତାନର ପ୍ରାୟ ୯ଟି ସହରରେ ଭାରତ ଜୋରଦାର ହମଲା କରିଛି । ଏହାରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବଡ଼ ବୟାନ ଦେଇଛି । ଭାରତୀୟ ସେନାକୁ ପ୍ରଶଂସା କରିବା ସହିତ ପାକିସ୍ତାନ ଦୁଇ ଫାଳ ହୋଇଯାଇଥିବା ସେ କହିଛନ୍ତି ।
ଅଶୋକ ଗେହଲଟ ତାଙ୍କର ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ କହିଛନ୍ତି, "ଭାରତୀୟ ସେନା ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ । ରାଜସ୍ଥାନ ସୀମାରେ ମଧ୍ୟ ପାକିସ୍ତାନର କାର୍ଯ୍ୟକଳାପର ଉଚିତ ଜବାବ ଦେଇଛି ସେନା । ଆଦୌ ଭୟଭୀତ ନ ହୋଇ ଧୈର୍ଯ୍ୟବାନ, ସତର୍କ ଏବଂ ସାବଧାନ ରୁହନ୍ତୁ ଏବଂ ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ରାଜ୍ୟର ସମସ୍ତ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେନା ଶତ୍ରୁକୁ ଉଚିତ ଜବାବ ଦେବା ଉଚିତ, ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧରେ ଶାସକ ଏବଂ ବିରୋଧୀ ଦଳଗୁଡ଼ିକ ଏକଜୁଟ ଏବଂ ସମଗ୍ର ଦେଶ ସେନା ଏବଂ ସରକାରଙ୍କ ସହିତ ଅଛି। ଭାରତ ପୂର୍ବରୁ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିସାରିଛି ଏବଂ ଏବେ ମଧ୍ୟ ଆମର ଏକତା ଏବଂ ସେନାର ବୀରତ୍ୱ ଯୋଗୁଁ ଆମର ବିଜୟ ନିଶ୍ଚିତ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସରକାରୀ 'X' ହ୍ୟାଣ୍ଡେଲରୁ ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ସୀମାରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସେ ରାଜ୍ୟବ୍ୟାପୀ, ବିଶେଷକରି ସୀମାନ୍ତ ଜିଲ୍ଲାଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରିବା ଏବଂ ସେମାନଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ଶର୍ମା ସାଧାରଣ ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଗୁଜବରେ ଧ୍ୟାନ ନ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, "ରାଜ୍ୟ ସରକାର କେନ୍ଦ୍ର ସରକାର ଏବଂ ସେନା ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖାଯାଇଛି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି। ଏହା ସହିତ, ସମସ୍ତ ସୀମାନ୍ତ ଜିଲ୍ଲାର ହସ୍ପିଟାଲ ଏବଂ ଆମ୍ବୁଲାନ୍ସ ନେଟୱାର୍କକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି।"
ରାଜସ୍ଥାନର ଏହି ଅଞ୍ଚଳଗୁଡ଼ିକୁ 'ସ୍ପେଶାଲ ବଞ୍ଚ୍ ଜୋନ୍' ଘୋଷଣା କରାଯାଇଛି
ଜୈସଲମେର, ବାରମେର, ଶ୍ରୀଗଙ୍ଗାନଗର ଏବଂ ବିକାନେର ଭଳି ସୀମାନ୍ତ ଅଞ୍ଚଳରେ ପାକିସ୍ତାନରୁ ଡ୍ରୋନ କାର୍ଯ୍ୟକଳାପ ଏବଂ ବ୍ଲାକଆଉଟ୍କୁ ଦୃଷ୍ଟିରେ ରଖି, ରାଜସ୍ଥାନ ସରକାର ଏହି ଅଞ୍ଚଳଗୁଡ଼ିକୁ 'ସ୍ପେଶାଲ ବଞ୍ଚ୍ ଜୋନ୍' ଭାବରେ ଘୋଷଣା କରିଛନ୍ତି । ପୋଲିସ, ବିଏସଏଫ ଏବଂ ପ୍ରଶାସନକୁ ପାରସ୍ପରିକ ସମନ୍ୱୟରେ ୨୪ ଘଣ୍ଟିଆ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।