ବିଜୁଳି ଏବଂ ଗ୍ୟାସ ପରେ ଏବେ ପ୍ରତି ଘରେ ପାନୀୟ ଜଳ ଯୋଗେଇବେ ମୋଦୀ
Khabar Odisha:national-political-odisha-pm-modi-want-to-provide-piped-drinking-water-to-all-rural-households-till-2024-under-jal-shakti
ନୂଆଦିଲ୍ଲୀ, ଜୁନ ୧୬ (ଖବର ଓଡିଶା) :

ମୋଦୀ ସରକାର ପ୍ରଥମ କାର୍ଯ୍ୟକାଳ ସମୟରେ ସ୍ୱଚ୍ଛ ଭାରତ ଅଭିଯାନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ । ସେହି ଭଳି ଭାବରେ ଦ୍ୱିତୀୟ କାର୍ଯ୍ୟକାଳରେ ମୋଦୀ ଗ୍ରାମୀଣଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗେଇବାକୁ ଏକ ମହତ୍ୱକାଂକ୍ଷୀ ପରିଯୋଜନା ଆଣିବାକୁ ଯାଉଛନ୍ତି । ଏହା ଦ୍ୱାରା କେନ୍ଦ୍ର ସରକାର ପାଇପଲାଇନ ଜରିଆରେ ସପ୍ଲାଇ ପାଣି ଏବଂ ଜଳ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ । ବର୍ତମାନର ସରକାର ପାଇଁ ଜଳର ପ୍ରାଥମିକତା ରହିଛି ବୋଲି ଜଳ ସମ୍ବଳ ମନ୍ତ୍ରାଳୟକୁ ଜଳଶକ୍ତିରେ ପରିବର୍ତନ କରି ମୋଦୀ ଏହାର ସଙ୍କେତ ଦେଇଛନ୍ତି । 

ସୌଭାଗ୍ୟ କାର୍ଯ୍ୟକ୍ରମ ଆଧାରରେ ମୋଦୀ ସରକାର ସମସ୍ତଙ୍କ ଘରେ ବିଜୁଳି ପହଁଚାଇଛନ୍ତି । ତେବେ ସମସ୍ତଙ୍କ ଘରେ ପାନୀୟ ଜଳ ଯୋଗେଇବା ଏକ ସହଜ କାର୍ଯ୍ୟ ନୁହେଁ । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ବାଧାବିଘ୍ନ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସମସ୍ତେ ଏକଜୁଟ ହୋଇ ଜଳ ସମ୍ବନ୍ଧିତ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ଶନିବାର ହୋଇଥିବା ନିତି ଆୟୋଗର ପଂଚମ ବୈଠକରେ କେନ୍ଦ୍ର ସରକାର ଆଜେଣ୍ଡା ଉପସ୍ଥାପନ କରିବା ସମୟରେ କହିଥିଲେ । ତେବେ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗେଇବାକୁ ସରକାରଙ୍କ ଲକ୍ଷ୍ୟ ରହିଛି । 

ଅଧିକାରୀକ ସୂଚନା ମୁତାବକ, ୨୦୧୪-୧୫ରେ ଗ୍ରାମାଂଚଳରେ ପାଣି ପହଁଚାଇବା ବୃଦ୍ଧି ହାର ୧୨ ପ୍ରତିଶତ ଥିଲା ବେଳେ ୨୦୧୭-୧୮ରେ ଏହା ୧୭ ପ୍ରତିଶତ ହୋଇଯାଇଛି । ଠିକ୍ ସେହି ଭଳି ୨୦୧୪-୧୫ରେ ଗ୍ରାମୀଣ ସ୍ତରରେ ଶୌଚାଳୟ ସଂଖ୍ୟା ୩୩ ପ୍ରତିଶତ ଥିଲା କିନ୍ତୁ ମୋଦୀ ସରକାରଙ୍କ ଚେଷ୍ଟାରେ ଏହାର ସଂଖ୍ୟା ବୃଦ୍ଧି ହୋଇ ୯୯ ପ୍ରତିଶତରେ ପହଁଚିଛି । ତେଣୁ ମୋଦିଙ୍କ ଚଳିତ କାର୍ଯ୍ୟକାଳ ସମୟରେ ପାଣି ସମସ୍ୟାର ଅନ୍ତ ଘଟି ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗେଇ ଦିଆଯିବ ବୋଲି ସମସ୍ତଙ୍କର ଆଶା ରହିଛି । କେବଳ ସେତିକି ନୁହେଁ ଗ୍ରାମୀଣ ସ୍ତରରେ ସରକାର ଜଳଦୂତଙ୍କୁ ନିୟୋଜିତ କରିବେ । ଏହା ପୂର୍ବରୁ ସ୍ବଚ୍ଛତା ଅଭିଯାନ ଚାଲୁଥିବା ସମୟରେ ଗ୍ରାମୀଣ ସ୍ତରରେ ସ୍ୱଚ୍ଛ ଦୂତ ଅର୍ଥାତ୍ ସ୍ୱଚ୍ଛଗ୍ରାହୀଙ୍କୁ ନିଯୁକ୍ତ କରାଯାଇଥିଲା ।

Subscribe

National International State Sports Entertainment