ରାହୁଲ ଗାନ୍ଧୀଙ୍କୁ ଟ୍ୱିଟ୍ କରି ବର୍ଷିଲେ ମୁସଲିମ ସ୍କଲାର, ରାହୁଲ ଏବଂ ସୋନିଆ ନିଜ ହିତରେ କାମ କରିବାରେ ବିଶେଷଜ୍ଞ
Khabar Odisha:national-odisha-imam-mohamad-tawhidi-slams-rahul-gandhi-over-taking-side-of-pakistan-to-go-against-narendra-modi
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡିଶା) :

 ଅଷ୍ଟ୍ରେଲିଆର ଚର୍ଚ୍ଚିତ ଇସଲାମିକ ସ୍କଲାର ଇମାମ ମହମ୍ମଦ ତୌହିଦୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଥିବା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ଇମାମ ମହମ୍ମଦ ମୋଦୀ ସରକାରଙ୍କ ସ୍ୱାରା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନିଷ୍ପତ୍ତିକୁ ସମର୍ତନ ଜଣାଇଛନ୍ତି । ସେ ଟ୍ୱିଟ କରି ରାହୁଲ ଗାନ୍ଧୀଙ୍କୁ ଜଣେ ଖରାପ ନେତା କହିଛନ୍ତି । ଏହା ସହ ସେ କଂଗ୍ରେସର ଅନ୍ତରିମ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । 

ଇମାମ ମହମ୍ମଦ ତୌହିଦୀ ଟ୍ୱିଟ୍ କରି ଲେଖିଛନ୍ତି କି, ରାହୁଲ ଗାନ୍ଧୀ ଜଣେ ଖରାପ ନେତା । ସେ କେବଳ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରନ୍ତି । ଗାଜାର ଚରମପନ୍ଥୀଙ୍କ ସହ ସୋନିଆ ଗାନ୍ଧୀଙ୍କର ସମ୍ପର୍କ ମଧ୍ୟ ଭୁଲିବା ଉଚିତ୍ ନୁହେଁ । ଏମାନେ କେବଳ ନିଜର ହିତରେ କାମ କରିବାରେ ବିଶେଷଜ୍ଞ । କ୍ୟାମେରା ସାମ୍ନାରେ ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦନ୍ତି । 

ସେ ଆଉ ଏକ ଟ୍ୱିଟରେ ମଧ୍ୟ ଲେଖିଛନ୍ତି କି, କାଶ୍ମୀର କେବେବି ପାକିସ୍ତାନର ଅଂଶ ନଥିଲା କି କେବେ ହେବ ନାହିଁ । କାଶ୍ମୀର ଏବଂ ପାକିସ୍ତାନ ଦୁଇଟି ଭାରତର ଅଂଶ । ଭାରତ ଇସଲାମ ଠାରୁ ପୁରାତନ । 

Subscribe

National International State Sports Entertainment