ଶିବରାଜ ସିଂହଙ୍କୁ ଗୁରୁ ଦାୟିତ୍ୱ, ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନର ପ୍ରମୁଖ ଭାବେ ନିଯୁକ୍ତ
Khabar Odisha:national-odisha-bhopal-shivraj-singh-became-the-head-of-bjp-membership-campaign-committee-mpsg
ନୂଆଦିଲ୍ଲୀ, ଜୁନ ୧୩ (ଖବର ଓଡିଶା) :

 ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପାର୍ଟିକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଦଳର ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନର ପ୍ରମୁଖ କରାଯାଇଛି । ଏବେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ ତାଙ୍କ ନେତୃତ୍ୱରେ କରାଯିବ । ଏଭଳି ହେବା ଦ୍ୱାରା ପୁଣି ଥରେ ଶିବରାଜ ସିଂହ ମେନଷ୍ଟ୍ରିମରେ ଆସିଛନ୍ତି । 

ଅମିତ ଶାହା ଶିବରାଜଙ୍କୁ ଆହୁରି ଅଧିକ ମହତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଏବେ ତାଙ୍କର ନେତୃତ୍ୱରେ ସମ୍ପୂର୍ଣ୍ଣ ଦେଶରେ ସଦସ୍ୟତା ଅଭିଯାନ ଚାଲିବ । ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ତାଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ତେବେ ୨୦୧୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଶିବରାଜ ସିଂହଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା । କିନ୍ତୁ ତାଙ୍କୁ ଏବେ ସଦସ୍ୟତା ଅଭିଯାନର ଅଧ୍ୟକ୍ଷ ପଦ ଦିଆଯିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମହତ୍ୱ ଅଧିକ ବଢିଯାଇଛି । 

Subscribe

National International State Sports Entertainment