ଝାରସୁଗୁଡ଼ା: ଖୋଲିବ କି ନବ ଦାସ ହତ୍ୟା ଗୁମର । କାରଣ ଏହି ମାମଲାରେ ଏବେ ପୁଣି ଥରେ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି । ଏଥିପାଇଁ ନବଦାସଙ୍କ ଉଭୟ ପୁଅ ଝିଅକୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ଭିତରେ ଉଭୟେ ହାଜର ହୋଇ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ କୁହାଯାଇଛି ।
ନବ ଦାସ ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ଫାଇନାଲ ଚାର୍ଜସିଟ୍ ଏବେ ସୁଦ୍ଧା ଦାଖଲ କରାଯାଇନାହିଁ । ତେବେ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି ।
ନବ ଦାସ ହତ୍ୟା ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୀପାଳି ଓ ବିଶାଲଙ୍କୁ ନୋଟିସ୍ ଆସିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।