ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ ସିଂ ଚୌହାନ
Khabar Odisha:madhya-pradesh-shivraj-singh-name-is-almost-fixed-to-become-cm-may-take-oath-today-evening
ମଧ୍ୟପ୍ରଦେଶ, ମାର୍ଚ୍ଚ ୨୩ (ଖବର ଓଡ଼ିଶା):

ଗତ ଏକ ମାସ ହେବ ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଡ୍ରାମାରେ ଆଜି ପଡିପାରେ ପୂର୍ଣ୍ଣଛେଦ। ଆଜି ଅର୍ଥାତ ସୋମବାର ଦିନ ସଂନ୍ଧ୍ଯା ସମୟରେ ମଧ୍ଯପ୍ରଦେଶର ନୂତନ ମୁଖ୍ଯମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ମଧ୍ୟପ୍ରଦେଶ ମୁଖ୍ଯମନ୍ତ୍ରୀ ଭାବେ ଶିବରାଜଙ୍କ ନାମରେ ମୋହର ବାଜିଛି। ଆଜି ସଂନ୍ଧ୍ୟା 7ଟା ସମୟରେ ନୂତନ ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଶିବରାଜ।

ଏଠାରେ ସୂଚନାଯୋଗ୍ୟ ଯେ, ମାର୍ଚ୍ଚ 20 ତାରିଖ ଦିନ ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା କମଲନାଥ ଇସ୍ତାଫା ଦେବା ପରେ ଶିବରାଜଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ସଫା ହୋଇଯାଇଥିଲା। ହେଲେ ପାର୍ଟିର କିଛି ଶୀର୍ଷ ନେତା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଯାହା ଫଳରେ ନରେନ୍ଦ୍ର ସିଂ ତୋମାର ମଧ୍ଯ ମୁଖ୍ଯମନ୍ତ୍ରୀ ରେସରେ ସାମିଲ ହୋଇଯାଇଥିଲେ। ତେବେ ବର୍ତ୍ତମାନ ବିଜେପିରେ ଥିବା ବିଧାୟକ ମାନଙ୍କୁ ଦେଖିଲେ ଏହି ବିଧାୟକ ମାନଙ୍କ ମଧ୍ଯରେ ଶିବରାଜଙ୍କ ସମର୍ଥକ ବିଧାୟକଙ୍କ ସଂଖ୍ଯା ଅଧିକ ଥିବାରୁ ହାଇକମାଣ୍ଡ ଶିବରାଜଙ୍କୁ ହିଁ ମୁଖ୍ଯମନ୍ତ୍ରୀ କରିବା ନିମନ୍ତେ ଏକ ପ୍ରକାରର ନିଷ୍ପତି ନେଇଥିବା ଜଣା ପଡିଛି।

  • Tags:

Subscribe

National International State Sports Entertainment