ନୂଆଦିଲ୍ଲୀ: ମୋଦୀ ସରକାର ୩.୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ କରିଛନ୍ତି ।
ଏଥିରେ ସ୍ବାସ୍ଥ୍ୟସେବାକୁ ନେଇ ବଡ଼ ଘୋଷଣା କରାଯାଇଛି। ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ।
ସେହିପରି ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ଯୋଗାଇ ଦିଆଯିବ । ନ୍ୟାସନାଲ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ସହ ୫ ଲକ୍ଷ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ