ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସଙ୍କ ସ୍ୱପ୍ନକୁ ଅଧୁରା ସ୍ୱପ୍ନକୁ ପୂରଣ କରିବେ ପୁଅ ଅଭିଜିତ । ସେଥିପାଇଁ ସେ ଖୁବଶୀଘ୍ର ସପରିବାର ଭାରତୀୟ ଜନତା ପାର୍ଟୀରେ ସାମିଲ ହେବେ । ଏଭଳି ଏକ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ନିଜେ ଅଭିଜିତ ଦାସ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସ୍ଥିତି ଦୁର୍ବଳ ହେଉଥିବା ଦେଖିବାକୁ ମିଳିଛି । ଦଳର ପୂର୍ବତନ ନେତା ତଥା ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସଙ୍କ ପରିବାର ବର୍ତ୍ତମାନ ବିଜେପି ମୁହାଁ ହୋଇଛନ୍ତି । ଖୁବଶୀଘ୍ର ପଦ୍ମ ଧରିବେ ବୋଲି କହିଛନ୍ତି ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇ ଗଣମାଧ୍ୟମକୁ କହିଛନ୍ତି ଅନନ୍ତଙ୍କ ପୁଅ ଅଭିଜିତ । ଗତକାଲି ଅଭିଜିତ ଦାସ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ସହିତ ଦଳର ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଏହା ପରେ ଆଜି ସକାଳୁ ସକାଳୁ ମଧ୍ୟ କାର୍ଯ୍ୟାଳୟରେ ପହଁଚିଯାଇଥିଲେ । କାର୍ଯ୍ୟାଳୟରୁ ବାହାରି ବିଜେଡ଼ି ପ୍ରତି ତାଙ୍କର ଅଭିମାନ ଝାଡ଼ିଛନ୍ତି । ସେ କହିଛନ୍ତି ଯେ ଭୋଗରାଇର ବିକାଶ ପାଇଁ ଯେଉଁଟା ସଠିକ୍ ଦିଗ ସେହି ଦିଗରେ ଆମେ ସେହି ନିଷ୍ପତ୍ତି ନେବୁ । ବିଜେଡ଼ିକୁ ସିଏ ଛାଡ଼ି ନାହାଁନ୍ତି ବରଂ ବିଜେଡ଼ି ସେମାନଙ୍କୁ ଛାଡ଼ି ଦେଇଛି । ବାପା ଯେଉଁ ଅଧୁରା କାମ ଛାଡ଼ି ଯାଇଛନ୍ତି ସେହି କାମକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ଦୀର୍ଘ ଏକ ବର୍ଷ ହେବ ଭୋଗରାଇ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛୁ । ତେଣୁ ଖୁବ ଶୀଘ୍ର ପରିବାର ସହିତ ବିଜେପିରେ ସାମିଲ ହେବେ ।