ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ପ୍ରଶଂସା କରିବାକୁ ସହି ପାରି ନାହିଁ କଂଗ୍ରେସ । ସଞ୍ଚୟ ନାୟକ ନୁହେଁ ଖଳନାୟକ ବୋଲି କହିଛି ବିରୋଧୀ ଦଳ ।
ସଞ୍ଜୟ ଦତ୍ତ ଅକ୍ଟୋବର ୨ ତାରିଖରେ ଦିନ ନିଜ ସୋସିଆଲ୍ ମିଡ଼ିଆ ଏକ୍ସରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଆରଏସଏସକୁ ପ୍ରଶଂସା କରିଥିଲେ । ସଞ୍ଜୟ ଦତ୍ତ କହିଥିଲେ, ସଂଘ ସବୁବେଳେ ଦେଶ ସହିତ ଛିଡ଼ା ହୋଇଛି, ବିଶେଷକରି ସଂକଟ ଓ ଖରାପ ସମୟରେ । ସଞ୍ଜୟଙ୍କ ଏହି ବୟାନ ପରେ ରାଜନୈତିକ ବୟାନବାଜି ବଢ଼ିଯାଇଛି । କଂଗ୍ରେସ ଆରଏସଏସର ପ୍ରଶଂସାକୁ ସହଜରେ ହଜମ କରିପାରିନାହିଁ । ବରିଷ୍ଠ ନେତା ସଞ୍ଜୟଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରିଛନ୍ତି ।
କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ କହିଛନ୍ତି ଯେ ନାୟକ ନୁହଁନ୍ତି, ତୁ ଖଳନାୟକ । ନିଜ ବାପାଙ୍କର ଅଯୋଗ୍ୟ ଅଟୁ ତୁ । ସଞ୍ଜୟ ପିତା ସୁନୀଲ ଦତ୍ତ କଂଗ୍ରେସର ଜଣେ ଦିଗ୍ଗଜ ନେତା ଥିଲେ । ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ କଂଗ୍ରେସ ସହିତ ଅଛନ୍ତି ।
ସଂଜୟ ଦତ୍ତ ୧୯୯୩ ମୁମ୍ବାଇ ସିଲିୟଲ୍ ବିସ୍ଫୋରଣରେ ଫସିଥିଲେ । ବେଆଇନ ଭାବେ ଅସ୍ତ୍ର ରଖିବା ଅଭିଯୋଗରେ ତାଙ୍କୁ ଟାଡା ଆଇନ ମୁତାବକ ଗିରଫ କରାଯାଇଥିଲା । ପରେ ଟାଡା ଅଭିଯୋଗରୁ ମୁକ୍ତ ହୋଇଥିଲେ ସୁଦ୍ଧା ବେଆଇନ ଅସ୍ତ୍ର ରଖିବା ମାମଲାରେ ଜେଲ୍ ଦଣ୍ଡ ଭୋଗିଥିଲେ ।