ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିରୋଧୀ ବିଜେଡ଼ି ଉପରେ ଖୁବ ବର୍ଷିଛନ୍ତି । ସାଧାରଣ ସଭାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ନାଁର ପୂର୍ବ ସରକାର ଜ୍ୟର ବିନାଶ କରିଛି ବୋଲି ମୁଖ୍ୟମନ୍ତ୍ରୀ କହି କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ଵଂସ କରିଦେଲା । ରୂପାନ୍ତରଣ ନାଁରେ ୫ଟି କରି ଭଙ୍ଗା ସ୍କୁଲ କାନ୍ଥରେ ରଙ୍ଗ ମାରି ଟଙ୍କା ହରିଲୁଟ କଲେ । ସଭା ମଞ୍ଚରେ ସିଏମଓ ଅଧିକାରୀ ନେତୃତ୍ଵ ନେଇ ଭାଷଣ ଦେଲେ । ମନ୍ତ୍ରୀ, ବିଧାୟକ ମଞ୍ଚ ତଳେ ଛିଡ଼ା ହେଲେ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୂର୍ବ ସରକାର ମିଶନ ଶକ୍ତି ଋଣର ସୁଧ ଦେଉଥିଲେ କହୁଥିଲେ । କିନ୍ତୁ ଏହାର ୭ ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ୪ ପ୍ରତିଶତ ସୁଧ ଦେଉଥିଲା । ନବୀନ ବାବୁ ପର ଛୁଆକୁ ମୋ ଛୁଆ କହିବା କଥା ଲୋକ ଜାଣି ପାରିଲେ । କେନ୍ଦ୍ର ଯୋଜନାକୁ ହଡ଼ପ କରିଥିଲେ ରାଜ୍ୟ ସରକାର । ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲେ ଓ ଲୋକ ସାଧାରଣ ନିର୍ବାଚନରେ ଜବାବ ଦେଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।