ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ସୋମବାର ପ୍ରକାଶିତ ତାଲିକାରେ ୬୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଯେଉଁଥିରେ ୧୯ଟି ସଂରକ୍ଷିତ ଆସନ ରହିଛି । ତଥାପି ପ୍ରଶାନ୍ତ କିଶୋରଙ୍କୁ ନେଇ ସସପେନ୍ସ ଜାରି ରହିଛି । ଏଥିରେ ମଧ୍ୟ ତାଙ୍କ ନାମ ଘୋଷଣା ହୋଇନାହିଁ ।
ଦଳ ପଛୁଆ ବର୍ଗଙ୍କ ଅଧିକ ଗୁରୁତ୍ୱ ଦେଇଛି । ପ୍ରାର୍ଥୀ ତାଲିକାରେ ୪୬ ଜଣ ପଛୁଆ ବର୍ଗର ହୋଇଥିବାବେଳେ ୧୪ ଜଣ ଆଶାୟୀ ଅତି ପଛୁଆ ବର୍ଗର ଅଟନ୍ତି । ଯେଉଁଥିରେ ୧୦ ଜଣ ହିନ୍ଦୁ ଏବଂ ୪ ଜଣ ମୁସଲମାନ ପ୍ରାର୍ଥୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଶନ ହରନୌତରୁ ଅନୁସୂଚିତ ଜାତି ପ୍ରାର୍ଥୀ କମଲେଶ ପାସୱାନଙ୍କୁ ଟିକେଟ୍ ଦେଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିହାରରେ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ । ବିହାରରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ୪୦ଟି ସଂରକ୍ଷିତ ରହିଛି । ସେଥିମଧ୍ୟରୁ ୩୮ଟି ଅନସୂଚିତ ଜାତି ଓ ୨ଟି ଅନସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରହିଛି । ମୋଟ ୭ କୋଟି ୪୨ ଲକ୍ଷ ମତଦାତା ନିଜର ମତ ସାବ୍ୟସ୍ତ କରିବେ ।