କୋଲକାତା: ଭାରତୀୟ ମହିଳା କ୍ରିକେଟ୍ ଦଳ ବିଶ୍ୱକପ୍ ଜିତି ଇତିହାସ ରଚିଛନ୍ତି । ୫୨ ବର୍ଷ ପ୍ରତୀକ୍ଷାର ଅପେକ୍ଷା ପରେ ପ୍ରଥମ ଥର ମହିଳା ଦିନିିକିଆ ବିଶ୍ୱକପ ଟ୍ରଫି ଜିତିବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ । ଏହି ଉପଲବ୍ଧି ଉପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିନନ୍ଦନ ଜଣାଇବା ପରେ ବୟାନବାଜି ଆରମ୍ଭ ହୋଇ ଯାଇଛି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ସିଏମ ମମତା ବାନାର୍ଜୀଙ୍କ ପୁରୁଣା ଟିପ୍ପଣୀକୁ ନେଇ ତାଙ୍କୁ ଘେରିଛନ୍ତି ।
ମମତା ଯୁବତୀଙ୍କ ବିଳମ୍ବିତ ରାତିରେ ବାହାରକୁ ଯିବା ଉପରେ ପ୍ରଶ୍ନ ଉଠାଇଥିଲେ । ବିଜେପି କହିଛି ଖୋଦ ମମତା ବାନାର୍ଜୀ ମହିଳାଙ୍କୁ ରାତିରେ ନ ବାହାରିବାକୁ କହିଥିଲେ । ରାତି ୮ଟା ସୁଦ୍ଧା ମହିଳାଙ୍କୁ ଘରକୁ ଫେରି ଆସିବା କଥା କହିଥିଲେ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳା ଦଳକୁ ଅଭିନନ୍ଦନ ଦେଇଥିଲେ । ସେ ଲେଖିଥିଲେ, ବିଶ୍ୱକପ୍ ଫାଇନାଲରେ ଆମ ମହିଳା ଟିମର ଉପଲବ୍ଧିରେ ପୂରା ଦେଶ ଗର୍ବିତ । ଖେଳାଳିମାନେ ଟୁର୍ଣ୍ଣାମେଣ୍ଟରେ ଯେଉଁ ସଂଘର୍ଷ କରିଛନ୍ତି ଏବଂ ନିୟନ୍ତ୍ରଣ ଦେଖାଇଛନ୍ତି ତାହା ଯୁବ ମହିଳାଙ୍କ ପାଇଁ ପ୍ରେରଣାଦାୟକ । ଆପଣମାନେ ସାବ୍ୟସ୍ତ କରିଛନ୍ତି ଯେ, ଆପଣ ଶୀର୍ଷ ସ୍ତରରେ ବିଶ୍ୱସ୍ତରୀୟ ଟିମ । ଆପଣ ଆମର ହିରୋ । ଭବିଷ୍ୟତରେ ଆହୁରି ବଡ ବିଜୟ ଆପଣଙ୍କ ଅପେକ୍ଷା କରି ରହିଛି ।
ପୁରୁଣା ବୟାନ
ମମତା ବାନାର୍ଜୀ ଓଡିଶାର ମେଡିକାଲ ଛାତ୍ରୀଙ୍କ ଦୁର୍ଗାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଗଣଦୁଷ୍କର୍ମ ଘଟଣା ପରେ ରାତିରେ ମହିଳାଙ୍କୁ ନ ବାହାରିବାକୁ କହିଥିଲେ । ଛାତ୍ରୀଜଣକ ନିଜର ଏକ ବନ୍ଧୁ ସହ ରାତ୍ରିଭୋଜନ ପାଇଁ ବାହାରକୁ ଯାଇଥିଲେ । ମମତା କହିଥିଲେ, ବିଶେଷ କରି ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗରେ ପଢିବାକୁ ଆସୁଥିବା ଛାତ୍ରୀମାନେ ହଷ୍ଟେଲର ନିୟମ ପାଳନ କରିବେ ବୋଲି ଆଶା କରାଯାଉଛି । ସେମାନଙ୍କୁ ରାତି ବାହାରିବା ଅନୁଚିତ ।
Also read: ପାକିସ୍ତାନର ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିୟର ଟେଷ୍ଟ କାରଣରୁ ହେଉଛି ଭୂକମ୍ପ, ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଦାବି