ନୂଆପଡା: ନୂଆପଡା ଉପନିର୍ବାଚନକୁ ଜେଇ ଚାଲିଛି ଜୋରଦାର ପ୍ରଚାର । ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ରହିଲା ଆଉ ସପ୍ତାହେ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନୂଆପଡାରେ ଦିନ ରାତି ଏକ କରି ଦେଇଛନ୍ତି । ଏହି ଉପନିର୍ବାଚନ ତିନି ଦଳ ପାଇଁ ପାଲଟିଛି ସମ୍ମାନର ବିଷୟ । ଏହି କ୍ରମରେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର କରିବେ । ଏ ନେଇ ରବିବାର ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।
ସୋସଲିଆଲ ମିଡିଆରେ ପୋଷ୍ଟ କରି ଭକ୍ତ ଦାସ କହିଛନ୍ତି, ଆସନ୍ତା ୭ ତାରିଖରେ ରେବନ୍ତ ରେଡ୍ଡୀ ନୂଆପଡାର ସାଲେଭଟାରେ ବିଶାଳ ସମାବେଶ କରି ପାରନ୍ତି । ରେବନ୍ତ ରେଡ୍ଡୀ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ଏହି ଅବସରରେ ଏହି ଅବସରରେ ନୂଆପଡ଼ା ସାଲେଭଟା ଠାରେ ଆୟୋଜିତ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରି ସମସ୍ତ ବିଷୟର ସମୀକ୍ଷା କଲି ।
ଏହି ଅବସରରେ, ଆମ ଦଳର ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ, ବିଧାୟକ ଶ୍ରୀ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଶ୍ରୀ ଅମିତ ହୁସେନ ଏବଂ ଶ୍ରୀ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ନୂଆପଡା ଉପନିର୍ବାଚନ ପାଇଁ ନଭେମ୍ବର ୧୧ରେ ଭୋଟ୍ ଗ୍ରହଣ ରହିଛି । ନଭେମ୍ବର ୧୪ରେ ହେବ ଭୋଟ୍ ଗଣତି । ବିଜେପି ପକ୍ଷରୁ ମଇଦାନରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଅଛନ୍ତି । ବିଜେଡି ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି । ଆଉ ଘାସିରାମ ମାଝୀଙ୍କ ଉପରେ ଭରସା କରିଛି କଂଗ୍ରେସ ।
Also read: ୩ ତାରିଖରେ ୪ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା