ନୂଆପଡ଼ା : ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟ କହିଛନ୍ତି ବାପା ଅସୁସ୍ଥ ଥିଲା ବେଳେ ବିଜେଡି ତାଙ୍କୁ ପଚାରିଲା ନାହିଁ। ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ। ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମତେ ଡକା ଯାଇନଥିଲା। ମୁଁ ପୁଅ ହେଇ ବି ମତେ ସେମାନେ ଡାକି ନଥିଲେ। ଯେଉଁଥିପାଇଁ ମୁଁ ସେ ଦଳ ଛାଡ଼ିଲି। ବାପାଙ୍କ ସପ୍ନ ଥିଲା ଯେ ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସପ୍ନ ପୂରଣ କରିବାକୁ ବିଜେପିକୁ ଆସିଲି ବୋଲି ଜୟ କହିଛନ୍ତି । ଜୟ ଆହୁରି ମଧ୍ଯ ବିଜେଡିରେ କହିଛନ୍ତି ଯେ ଯଦି ବିଜେଡିରେ ରହିଥାନ୍ତେ ତେବେ ଏହା ସମ୍ଭବ ହୋଇ ନଥାନ୍ତା ।