ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଯୋଗୀ ଆଦିତ୍ୟନାଥ ନୂଆଦିଲ୍ଲୀ, ଜାନୁଆରୀ ୧୩(ଖବର ଓଡ଼ିଶା): Share story: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି। ପାର୍ଟି ତରଫରୁ ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇପାରେ। ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି କୋର କମିଟିର ତିନି ଦିନିଆ ବୈଠକର ଦ୍ୱିତୀୟ ଦିନରେ ପ୍ରାୟ ୧୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଛି ବୋଲି ଦଳର ସୂତ୍ରରୁ ପ୍ରକାଶ। ଏହି ବୈଠକରେ ଉତ୍ତରପ୍ରଦେଶର ୩୦୦ ରୁ ଅଧିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କୁ ବିଜେପି ଯାଞ୍ଚ କରିଛି। ଗୁରୁବାର ବୈଠକର ଶେଷ ଦିିନ ହୋଇଥିଲା ବେଳେ ଲକ୍ଷ୍ନୌରେ ଚାଲିଥିବା ବୈଠକରେ ପ୍ରାର୍ଥୀଙ୍କ ନାମ ଉପରେ ବିଚାରବିମର୍ଶ ଜାରି ରହିବ ବୋଲି ସୂତ୍ରରୁ ପ୍ରକାଶ। ଫେବୃଆରୀ ୧୦ ରେ ଉତ୍ତରପ୍ରଦେଶ ନିର୍ବାଚନ ଆରମ୍ଭ ହେବାକୁ ଥିବା ସାତୋଟି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୦, ୧୪, ୨୦, ୨୩, ୨୭ ଏବଂ ମାର୍ଚ୍ଚ ୩ ଏବଂ ୭ ରେ ସାତୋଟି ପର୍ଯ୍ୟାୟରେ ହେବ ଏବଂ ଭୋଟ୍ ଗଣନା ମାର୍ଚ୍ଚ ୧୦ ରେ ହେବ । ଖବର ଓଡ଼ିଶା, Reporter, 13/01/2022