ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ଅପରାଧ ବଢିଚାଲଛି, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିିଁକି ଚୁପ୍-ବିଜେପି
Khabar Odisha:Violence-against-women-and-children-is-on-the-rise-in-the-state-why-is-the-Chief-Minister-silent-on-important-issues

ଭୁବନେଶ୍ୱର, ନଭେମ୍ବର ୨୫(ଖବର ଓଡ଼ିଶା): ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ବଢୁଥିବା ଅପରାଧ, ବିଶେଷକରି ମମିତା ମେହେର ହତ୍ୟା ମାମଲା, ମହଙ୍ଗା ଡବଲ ମର୍ଡର, ଏସିଏଫ୍ ସୌମ୍ୟ ରଂଜନଙ୍କ ରହସ୍ୟମୟ ମୃତ୍ୟୁ ଏବଂ ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଭଳି ବିଜେଡି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଗୁରୁତର ଚିନ୍ତା ପ୍ରକଟ କରିଛି ବିଜେପି। ବୁଧବାର ଏହାର ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ବିଜେପି ବିକ୍ରମ ଆରୁଖା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀରବତା ଉପରେ ବିଜେପି ନେତା ପ୍ରଶ୍ନ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଏବେ ବିଧାନସଭାକୁ ମଧ୍ୟ ଆସୁ ନାହାନ୍ତି ବୋଲି ବିଜେପି ଅଭୀଯୋଗ କରିଛି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ମମିତା ମାମଲାରେ ସିବିଆଇ ତଦନ୍ତ ଦାବି କରି ଏକ ପାର୍ଟି ରିଜୋଲ୍ୟୁସନ୍ କହିଛି ଯେ ଯେତେବେଳେ ଆଇନ ଓ ଗୃହମନ୍ତ୍ରୀମାନେ ନିଜେ ଅପରାଧରେ ଜଡିତ ହୁଅନ୍ତି, ସେତେବେଳେ ପୋଲିସ୍ ଉପରେ ଲୋକଙ୍କ ବିଶ୍ୱାସ ନଷ୍ଟ ହୋଇଯାଏ। ଏହି ଅବସରରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କ ବିଶ୍ୱାସ ହାସଲ କରିବାକୁ କଠିନ ପରିଶ୍ରମ କରିବାକୁ ଓଡିଶା ଦଳର ଦାୟିତ୍ୱରେ ଥିବା ଡି ପୁରନ୍ଦେଶ୍ୱରୀ କହିଛନ୍ତି।

ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବେଳେ ସ୍ୱାସ୍ଥ୍ୟସେବା ବଣ୍ଟନ କରି ଭୋଟ୍ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତି ଜିଲ୍ଲାକୁ ଯାଉଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିିଁକି ଚୁପ୍? ବୋଲି ସେ ପ୍ରଶ୍ନ କରିଛନ୍ତି ।

  • Tags:

Subscribe

National International State Sports Entertainment