ଆଜି ବରଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ତାଙ୍କୁ କାର୍ଯ୍ୟକର୍ତ୍ତା ମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହିଅବସରରେ ସେ ପ୍ରଧାନମନ୍ତ୍ରୀ ଙ୍କ ସୁଶାସନ, ନୀତି ଏବଂ ଜନକଲ୍ୟାଣକାରୀ ଯୋଜନାକୁ ଘର ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମେ ଆହୁରି ପରିଶ୍ରମ କରିବା ନେଇ ବାର୍ତା ଦେଇଛନ୍ତି । ବରଗଡ଼ ଠାରେ ‘କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ’ର ୨୧ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ପିଲା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
ଏଥିସହ ବରଗଡ଼ ଠାରେ ଡକ୍ଟର ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ଦନ୍ତ ଚିକିତ୍ସାଳୟର ଉଦଘାଟନ ଶ୍ରୀ ପ୍ରଧାନ କରିଛନ୍ତି । ଡକ୍ଟର ଖୁଣ୍ଟିଆ ଦୁବାଇରେ ରହୁଥିବା ସମୟରେ ଓଡ଼ିଆ ସମାଜ ପାଇଁ ଅନେକ କାର୍ଯ୍ୟ କରିଥିଲେ । ସେ ସମୟରୁ ମୁଁ ତାଙ୍କୁ ଜାଣିଛି । ଏହି ଚିକିତ୍ସାଳୟ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ହିତରେ ବେଶ୍ ଉପଯୋଗୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏହି ଗସ୍ତରେ ଶ୍ରୀ ପ୍ରଧାନ ବରଗଡ଼ ତନ୍ତଶାଳାରେ ବୁଣାକାର ବନ୍ଧୁଙ୍କ ସହିତ ମଧ୍ୟ କଥା ହୋଇ ସହ ବିଭିନ୍ନ ସମ୍ବଲପୁରୀ ବସ୍ତ୍ର କିଣିଛନ୍ତି । ଲୋକାଦୃତ ଏହି ବସ୍ତ୍ର ଗୁଡିକ ଆମର ସ୍ଥାନୀୟ ପ୍ରତିଭାସମ୍ପନ୍ନ କାରିଗରଙ୍କ ଦକ୍ଷତାର ପ୍ରମାଣ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତକାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ,ବିଜେପି ଯୁବମୋର୍ଚାର ସଭାପତି ଇରାଶୀଷ ଆଚାର୍ଯ୍ୟଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ :- ବାରିପଦାରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି