ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜନ ସେନା ପାର୍ଟି (ଜେଏସପି) ସଭାପତି ତଥା ଉପମୁଖ୍ୟମନ୍ତ୍ରୀ କେ ପୱନ କଲ୍ୟାଣଙ୍କ ଉପସ୍ଥିତିରେ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି)ର ପୂର୍ବତନ ବିଧାୟକ ବାଲିନେନି ଶ୍ରୀନିବାସ ରେଡ୍ଡୀ, ସାମିନେନି ଉଦୟ ଭାନୁ ଏବଂ କିଲାରୀ ରୋସାୟା ଜନସେନା ପାର୍ଟି (ଜେଏସପି)ରେ ଯୋଗ ଦେଇଛନ୍ତି।
ଉଦୟ ଭାନୁ ବିଧାନସଭାରେ ୱାଇଏସଆରସିପିର ପୂର୍ବତନ ସଚେତକ ଥିବା ବେଳେ ଶ୍ରୀନିବାସ ରେଡ୍ଡୀ ୱାଇଏସଆରସିପି ସରକାରରେ ପୂର୍ବତନ ଶକ୍ତି ମନ୍ତ୍ରୀ ଥିଲେ। ପୱନ କଲ୍ୟାଣ ଗୁରୁବାର ପୂର୍ବତନ ବିଧାୟକମାନଙ୍କୁ ଦଳରେ ସ୍ୱାଗତ କରିବା ସହ ତୃଣମୂଳ ସ୍ତରରେ ନିଜର ଆଦର୍ଶପ୍ରଚାର କରି ଦଳକୁ ସୁଦୃଢ଼ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି।
ପୱନ କଲ୍ୟାଣ ଗୁରୁବାର ପୂର୍ବତନ ବିଧାୟକମାନଙ୍କୁ ଦଳରେ ସ୍ୱାଗତ କରିବା ସହ ତୃଣମୂଳ ସ୍ତରରେ ନିଜର ଆଦର୍ଶପ୍ରଚାର କରି ଦଳକୁ ସୁଦୃଢ଼ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି।
ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ମାତ୍ର ୧୧ଟି ଆସନ ହାସଲ କରି ପରାଜିତ ହୋଇଥିବା ୱାଇଏସଆରସିପି ପାଇଁ ପୂର୍ବତନ ବିଧାୟକଙ୍କ ଦଳବଦଳ ଏକ ଝଟକା।
ଜେଏସପି ତେଲୁଗୁ ଦେଶମ ପାର୍ଟି ଏବଂ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ବିଧାନସଭା ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟିକୁ ୧୩୫, ଜେଏସପିକୁ ୨୧ ଏବଂ ବିଜେପିକୁ ୮ ଟି ଆସନ ମିଳିଥିଲା।
ଅଧିକ ପଢ଼ନ୍ତୁ: ଉଜ୍ଜୈନରେ କାନ୍ଥ ଭୁଶୁଡ଼ି ୨ ଶ୍ରଦ୍ଧଶଳୁଙ୍କ ମୃତ୍ୟୁ