ଦେଶ ଓ ରାଜ୍ୟରେ ବିଜେପି ସରକାର ଗଢିବ : ବସନ୍ତ ପଣ୍ଡା
Khabar Odisha:State-Odisha-BJP-will-built-govt-in-State-and-Center-Said-by-Basanta-panda
ଭୁବନେଶ୍ୱର, ମେ ୨୦(ଖବର ଓଡ଼ିଶା):

ଚଳିତ ବର୍ଷର ନିର୍ବାଚନ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ଗଣମାଧ୍ୟମରେ ଏକଜିଟ ପୋଲର ଫଳାଫଳ ପ୍ରକାଶ ପାଇବା ପରେ ରାଜନୀତିରେ ଚାଞ୍ଚଲ୍ୟ ଖେଳିଯାଇଛି । ଦେଶରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

ଆସନ୍ତା ୨୩ରେ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଆସିବ । ତାହା ପୂର୍ବରୁ ଆଜି ସମସ୍ତ ଗଣମାଧ୍ୟମରେ ଏକଜିଟ ପୋଲ ପ୍ରକାଶିତ ହୋଇଛି । ସେଥିରେ ତିନୋଟି ରାଜନୈତିକ ଦଳର ସ୍ଥିତିକୁ ଦେଖି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ସମଗ୍ର ଦେଶ ଓ ରାଜ୍ୟରେ ବିଜେପି ବଢୁଛି ,କଂଗ୍ରେସ ଛିଡ଼ୁଛି ଓ ରାଜ୍ୟରେ ବିଜେଡ଼ି ମଧ୍ୟ ଅସ୍ତିତ୍ୱ ହରାଉଛି । ତେଣୁ ବସନ୍ତ ପଣ୍ଡା କହିଛନ୍ତି, ଚଳିତ ବର୍ଷ ଦେଶ ଓ ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଛି ।

  • Tags:

Subscribe

National International State Sports Entertainment