ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ନଦୀ ଜଳ ବିବାଦ ସହ ଜନଗଣନାରେ ଓବିସି କଲମ ରଖିବାକୁ ଦାବୀ କରିବ ବିଜେଡି : ପିନାକୀ ମିଶ୍ର
Khabar Odisha:State-Odisha-BJD-Parliamentary-Party-members-meet-to-chalk-out-strategy-the-budget-session-of-the-Parliament-from-January-31
ଭୁବନେଶ୍ୱର, ଜାନୁଆରୀ ୨୮(ଖବର ଓଡ଼ିଶା):

ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ନବୀ ଜଳ ବିବାଦ, କୋଇଲା ରୟାଲ୍‌ଟି, ଜିଏସଟି ବକେୟା ଏବଂ ଜନଗଣନାରେ ଏସସି/ ଏସଟି ସହ ଓବିସି କଲମ ରଖିବାକୁ ବିଜେଡି ପକ୍ଷରୁ ଦାବୀ କରାଯିବ ବୋଲି ସଂସଦୀୟ ଦଳ ବୈଠକ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । 

ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଜି ନବୀନ ନିବାସରେ ସଂସଦୀୟ ଦଳ ବୈଠକ ବସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ତେବେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଲୋଚନା ହୋଇଛି । ବିଜେଡି ସିଏଏକୁ ସମର୍ଥନ କରୁଛି କିନ୍ତୁ ଏନଆରସିକୁ ସମର୍ଥନ କରୁନାହିଁ । ଏହା ପୂର୍ବରୁ ମୁଖ୍ରମନ୍ତ୍ରୀ କହିଛନ୍ତି । ଏନେଇ ଆଜି ଆଲୋଚନା ହୋଇଛି । ଏନପିଆରରେ କିଛି ସଂଶୋଧନ ଚାହିଁଥିଲୁ । କେନ୍ଦ୍ର ଏହି ପ୍ରସ୍ତାବରେ ରାଜି ହୋଇଛି । ଜନଗଣନାରେ ଏସସି/ ଏସଟି ସହ ଗଣନା ପାଇଁ ଓବିସି କଲମ ମଧ୍ୟ ରଖିବାକୁ ଦାବୀ କରାଯାଇଛି । ରେଳୱେରେ ବାକି ଥିବା ପ୍ରକଳ୍ପ କାମକୁ ଆଗେଇବାକୁ ଦାବୀ କରିବୁ । କ୍ଲିନ ଏନର୍ଜି ସେସ୍‌, କୋଇଲା ରୟାଲ୍‌ଟି, ଜିଏସଟି ବକେୟା ଦାବୀ କରିବୁ । ରେଳ ବଜେଟରେ ଏଥର ଓଡ଼ିଶାକୁ ଅନୁଦାନ ଆଶା କରୁଛୁ । ପୋଲାଭରମ, ମହାନଦୀ ଆନୀ ଜଳ ବିବାଦ ପ୍ରସଙ୍ଗ ବଜେଟରେ ଉଠାଇବୁ ବୋଲି ପିନାକୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।

 ଏହା ସହ ସେ କହିଛନ୍ତି ଯେ, ସାଂସଦ- ବିଧାୟକଙ୍କ ମଧ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦଙ୍କୁ ସେମାନଙ୍କ ପ୍ରଦର୍ଶନ ନେଇ ୨ମାସିଆ ରିପୋର୍ଟ କାର୍ଡ଼ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

  • Tags:

Subscribe

National International State Sports Entertainment