ବିଜେଡି ନେତା ଅନୁପ କୁମାର ସାଏଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ
Khabar Odisha:State-Odisha-BJD-Anup-Kumar-Sai-under-police-Custady
ରାୟଗଡ଼, ଫେବୃଆରୀ ୧୩ (ଖବର ଓଡ଼ିଶା):

ଛତିଶଗଡ଼ ପୋଲିସ ଦ୍ୱାରା ବିଜେଡି ନେତା ଅନୁପ କୁମାର ସାଏ ଅଟକ। ଛତିଶଗଡ଼ ପୋଲିସ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇନେଇଥିବା ଜଣାପଡ଼ିଛି ।

ଛତିଶଗଡ଼ରେ ଏକ ହତ୍ୟା ମାମଲାରେ ବିଜେଡି ନେତା ଅନୁପ କୁମାର ସାଏଙ୍କର ସମ୍ପୃକ୍ତି ରହିଥିବା ଅଭିଯୋଗ ରହିଛି । ଗତକାଲି ରାତିରେ ଛତିଶଗଡ଼ ପୋଲିସ ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଝାରସୁଗୁଡ଼ାରୁ ଉଠାଇ ନେଇଛି । ବର୍ତ୍ତମାନ ଛତିଶଗଡ଼ ପୋଲିସ ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖି ପଚରାଉଚରା କରୁଛି । ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର  କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ। ପରେ କଂଗ୍ରେସ ଦଳ ଛାଡି ୨୦୧୪ ରେ ବିଜେଡି ଯୋଗଦେଇ ଥିଲେ । ବର୍ତ୍ତମାନ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ଅନୁପ କୁମାର ସାଏ।

  • Tags:

Subscribe

National International State Sports Entertainment