ପେଗାସସ୍ ଡିଜିଟାଲ ଗୁଇନ୍ଦାଗିରି ଅଭିଯୋଗକୁ ଜାପାନର ହିରୋସିମା ବମ୍ବିଂ ସହିତ ତୂଳନା କଲେ ଶିବସେନା ସାଂସଦ ସଞ୍ଜୟ ରାଉତ
Khabar Odisha:Shiv-Sena-MP-Sanjay-Raut-compares-Pegasus-digital-intelligence-to-allegations-of-Japanese-Hiroshima-bombing

 ନୁଆଦିଲ୍ଲୀ, ଜୁଲାଇ ୨୨(ଖବର ଓଡ଼ିଶା): ଶିବସେନା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ପେଗାସସ୍ ଡିଜିଟାଲ ଗୁଇନ୍ଦାଗିରି ଘଟଣାର ତଦନ୍ତ ଦାବି କରିବା ସହିତ ଏହି ଘଟଣାକୁ ଜାପାନର ହିରୋସିମା ବମ୍ବିଂ ଘଟଣା ସହିତ ତୁଳନା କରି କହିଛନ୍ତି ଏହି ଡିଜିଟାଲ ଗୁଇନ୍ଦାଗିରି ସ୍ୱାଧୀନତାର ହତ୍ୟା ସହିତ ସମାନ । ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ ପେଗାସସ୍ ଦ୍ୱାରା ରାଜନେତା ତଥା ସାମ୍ବାଦିକଙ୍କ ଚୋରି ଘଟଣାରେ କିଏ ଅର୍ଥ ପ୍ରଦାନ କରିଛନ୍ତି । ରାଉତ ତାଙ୍କର ସାପ୍ତାହିକ ସାମାନା ପତ୍ରୀକାର ସ୍ତମ୍ଭ 'ରୋଖଠୋକ'ରେ କହିଛନ୍ତି ଡିଜିଟାଲ ଜ୍ଞାନ କୌଶଳ ଆମମାନଙ୍କୁ ପୁଣି ଥରେ ଦାସତ୍ୱକୁ ଫେରାଇ ଆଣିଛି ।

ତେବେ ସେ ତାଙ୍କର ସ୍ତମ୍ଭରେ ଗଣମାଧ୍ୟମ ରିପୋର୍ଟକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ଇସ୍ରାଏଲ୍ କମ୍ପାନୀ ପେଗାସସ୍ ସଫ୍ଟୱେର୍ ପାଇଁ ଲାଇସେନ୍ସ (ଫି) ଭାବରେ ବାର୍ଷିକ ୬୦ କୋଟି ଚାର୍ଜ କରେ। ଗୋଟିଏ ଲାଇସେନ୍ସ ମାଧ୍ୟମରେ ୫୦ ଟି ଫୋନ୍ ହ୍ୟାକ୍ ହୋଇପାରିବ । ତେଣୁ ୩୦୦ ଟି ଫୋନ୍ ଟ୍ୟାପ୍ କରିବାକୁ ଛଅରୁ ସାତୋଟି ଲାଇସେନ୍ସ ଆବଶ୍ୟକ ବୋଲି ସେ କହିଛନ୍ତି।

ଏନଏସଓ କହିଛି ଯେ ଏହି କମ୍ପାନୀ କେବଳ ଏହାର ସଫ୍ଟୱେୟାରକୁ ସରକାରଙ୍କୁ ବିକ୍ରି କରୁଛି। ତେବେ ଭାରତର କେଉଁ ସରକାର ଏହି ସଫ୍ଟୱେୟାର କିଣିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । 

ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ ପେଗାସସ୍ ସଫ୍ଟୱେର୍ ବା ସ୍ପାଏୱେୟାର ବ୍ୟବହାର କରି ବାରତର ୩୦ରୁ ଉର୍ଦ୍ଧ ମନ୍ତ୍ରୀ, ସାମ୍ବାଦିକ, ବିରୋଧୀଦଳର ନେତା ତଥା ଭାରତର ବହୁ ବ୍ୟବସାୟୀ ତଥା କାର୍ଯ୍ୟକର୍ତ୍ତାଙ୍କ ସମେତ ଅନେକଙ୍କ ମୋବାଇଲ୍ ଫୋନ୍‌ର ଗୁଇନ୍ଦାଗିରି କରାଯାଇଛି । ତେବେ ଏହି ଘଟାଣାରେ ଭାରତ ସରକାରଙ୍କ ପକ୍ଷରୁ ଆଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଭିଯୋଗକୁ ବିରୋଧୀଙ୍କର ସରକାରଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ କହି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

  • Tags:

Subscribe

National International State Sports Entertainment