ମଙ୍ଗଳବାର ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକର ୧୫ ରାଜ୍ୟସଭା ଆସନ ପାଇଁ ଭୋଟ୍ଗ୍ରହଣ ପ୍ରକ୍ରିୟା ଶେଷ ହେବା ସହ ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି । ରିପୋର୍ଟ ଅନୁସାରେ ବିଜେପି ବେଶ୍ ସହଜରେ ଅଧିକାଂଶ ଆସନକୁ ହାତେଇବାରେ ସଫଳ ହୋଇଛି ।
ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ୧୦ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ଭୋଟିଂ କରାଯାଇଥିଲା । ତେବେ ବିଜେପି ୮ଟି ଆସନରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି ୨ଟି ଆସନରୁ ବିଜୟୀ ହୋଇଛି । ସେହିପରି କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ଏବଂ ଭୋଟ୍ ଗଣତି ଶେଷ ହେବା ପରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ନାରାୟଣସା ଭଙ୍ଗାଗେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ସଂଖ୍ୟାଗଣିତ ଅନୁସାରେ ଏଠାରେ କଂଗ୍ରେସ ୪ଟି ଯାକ ରାଜ୍ୟସଭା ଆସନରେ ବିଜୟୀ ହେବା ନେଇ ଦୃଢ଼ ଦାବିଦାର ଥିଲା କିନ୍ତୁ ବିଜେପି ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛି । ହିମାଚଳ ପ୍ରଦେଶରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଏକମାତ୍ର ରାଜ୍ୟସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ।
ଅଧିକ ପଢନ୍ତୁ : ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ପୋଡ଼ିଗଲା ଘର